ପ୍ରେରଣାର ଉତ୍ସ
ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ ସମ୍ପୃକ୍ତ ରହି ରାଜ୍ୟର ସର୍ବତ୍ତୋମୁଖୀ ବିକାଶ ଦିଗରେ ଅହରହ ଉଦ୍ୟମ କରି ଆସିଛନ୍ତି। ସ୍ବାଧୀନତା ସଂଗ୍ରାମ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ଆମ ଦେଶର ଉତ୍ତର ଦାୟାଦମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ନିରଳସ, ତ୍ୟାଗପୂତ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ବ ଆମର ନୂଆ ପିଢ଼ିର ଯୁବସମାଜକୁ ଅନେକ କାଳ ପାଇଁ ଉଦ୍ବୁଦ୍ଧ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
ବିଜୁ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀପ୍ରେରଣାର ଉତ୍ସ
ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ ସମ୍ପୃକ୍ତ ରହି ରାଜ୍ୟର ସର୍ବତ୍ତୋମୁଖୀ ବିକାଶ ଦିଗରେ ଅହରହ ଉଦ୍ୟମ କରି ଆସିଛନ୍ତି। ସ୍ବାଧୀନତା ସଂଗ୍ରାମ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ଆମ ଦେଶର ଉତ୍ତର ଦାୟାଦମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ନିରଳସ, ତ୍ୟାଗପୂତ ଜୀବନ ଓ ବହୁମୁଖୀ ବ୍ୟକ୍ତିତ୍ବ ଆମର ନୂଆ ପିଢ଼ିର ଯୁବସମାଜକୁ ଅନେକ କାଳ ପାଇଁ ଉଦ୍ବୁଦ୍ଧ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
ବିଜୁ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ
ଗୋପବନ୍ଧୁଙ୍କ ଯଥାର୍ଥ ଦାୟଦ
ଜନସ୍ବାର୍ଥ ସେବାରେ ନିଜକୁ ନିୟୋଜିତ କରିବାରେ ପ୍ରେରଣା। ସେ ଥିଲେ ଗୋପବନ୍ଧୁଙ୍କ ଯଥାର୍ଥ ଦାୟଦ। ଓ ଆଦର୍ଶ ସେ ଉତ୍କଳମଣି ଗୋପବନ୍ଧୁଙ୍କଠାରୁ ପାଇଛନ୍ତି। ପ୍ରକୃତରେ ତାଙ୍କ ଜୀବନ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ। ଏକନିଷ୍ଠ ଭାବରେ ଲାଗି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ‘ସମାଜ’ ସମ୍ବାଦପତ୍ରକୁ ଏକ ବିରାଟ ଅନୁଷ୍ଠାନରେ ପରିଣତ କରିବାର କୃତିତ୍ବ କେବଳ ହିଁ ତାଙ୍କର। ଏପରି ସାଧନା ଦ୍ବାରା ସେ ନିଜେ ଉପକୃତ ହୋଇଛନ୍ତି ଏବଂ ଓଡ଼ିଶାବାସୀ ମଧ୍ୟ ବହୁଭାବରେ ପ୍ରଭାବିତ ହୋଇଛନ୍ତି। ଏକ ଅନୁଷ୍ଠାନ ଭାବରେ ‘ସମାଜ’ ହେଉଛି ଅଦ୍ବିତୀୟ ଏବଂ ଏଥିଲାଗି ରାଧାନାଥ ବାବୁଙ୍କ ଦାନ ଅତୁଳନୀୟ।
ସୁରେନ୍ଦ୍ର ନାଥ ଦ୍ବିବେଦୀ, ପୂର୍ବତନ ରାଜ୍ୟପାଳ
‘ସମାଜ’ ଥିଲା ତାଙ୍କ ଜୀବନ
‘ସମାଜ’ର କୌଣସି ସମ୍ବାଦ ନ୍ୟୂନ ନୁହେଁ। ତା’ଛଡ଼ା ସମ୍ପାଦକୀୟ ସ୍ତମ୍ଭଟି ସମସ୍ତେ ପଢ଼ନ୍ତି। ସେ ବୁଦ୍ଧିଜୀବୀ ହେଉ ବା ସ୍କୁଲ ଶିକ୍ଷକ ହେଉ ବା ସାଧାରଣ ରାଜନୈତିକ କର୍ମୀଟିଏ ହେଉ ‘ସମାଜ’ ସମ୍ପାଦକୀୟ କ’ଣ ଲେଖିଛି ସେ କଥା ମନଯୋଗ ଦେଇ ପଢ଼ନ୍ତି। ରାଧାନାଥ ବାବୁ ‘ସମାଜ’ କାଗଜଟିକୁ ତାଙ୍କର ଜୀବନ ଧନ ଭଳି ଖୁବ୍ ଯତ୍ନର ସହିତ ସୁବିନ୍ୟସ୍ତ କରି ତଦ୍ବିର କରନ୍ତି। ସମ୍ବାଦପତ୍ରର ଯେ କୌଣସି ବିଭାଗ ତାଙ୍କ ନଖଦର୍ପଣରେ ରହିଥାଏ। ସେ ଖାଲି ସମ୍ବାଦପତ୍ରର ସମ୍ପାଦକ ଭାବରେ ନୁହଁ, ଜଣେ ସ୍ନେହୀ, ପାରିବାରିକ ମଣିଷର ହୃଦୟ ନେଇ ସମସ୍ତଙ୍କ ଦୁଃଖ ସୁଖରେ ଭାଗୀଦାର ହୁଅନ୍ତି। ଏପରି ଜଣେ ଆପଣାର ମଣିଷ ବାସ୍ତବିକ ଦୁର୍ଲଭ। ‘ସମାଜ’ ମାଧ୍ୟମରେ ସେ ଅଗଣିତ ମଣିଷର ଜୀବନଧାରାକୁ ସ୍ପର୍ଶ କରି ପାରୁଥିଲେ। ସେ ବ୍ୟକ୍ତିଗତ ହେଉ ବା ସାମାଜିକ ହେଉ ‘ସମାଜ’ ଯେମିତି ରାଧାନାଥ ବାବୁଙ୍କ ବିବେକ ବିଚାରର ବାଣୀ ଭଳି ସମସ୍ତଙ୍କ ପାଖରେ ପହଞ୍ଚିପାରୁଛି, ଏପରି ଜଣେ ସମ୍ବାଦପତ୍ରର ସମ୍ପାଦକ ‘ସମାଜ’ ସାହିତ୍ୟିକ ହେବାର ଯଥେଷ୍ଟ ପ୍ରମାଣ ରଖିପାରିଛନ୍ତି। ସେଥିପାଇଁ ତାଙ୍କୁ ସମ୍ବାଦ-ସାହିତ୍ୟିକ କହିବା ଠିକ୍ ହେବ।
ଅନ୍ନଦାପ୍ରସାଦ ରାୟ, ବିଶିଷ୍ଟ ସାହିତ୍ୟିକ
ଜଣେ ପରିପୂର୍ଣ୍ଣ ବ୍ୟକ୍ତିତ୍ବ
ସମାଜସେବା ଏବଂ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦାନ ଅନବଦ୍ୟ। ଶତାୟୁପୁରୁଷ ଡକ୍ଟର ରାଧାନାଥ ରଥ ଆମ ଜାତିର ଗର୍ବ, ଗୌରବ ଏବଂ ଏକ ସମୁଜ୍ବଳ ଆଲୋକସ୍ତମ୍ଭ। ଉତ୍ସର୍ଗୀକୃତ ଓ ସମର୍ପିତ ତାଙ୍କର ଦୀର୍ଘ ଜୀବନକାଳ। ସେ ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ବ।
-ଚିନ୍ତାମଣି ପାଣିଗ୍ରାହୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ
ସ୍ତୁତି, ନିନ୍ଦାର ଊର୍ଦ୍ଧ୍ବରେ
ତାଙ୍କର ଜୀବନ କଥାର ସଂକ୍ଷେପ ଉଲ୍ଲେଖ ସହଜ ନୁହେଁ। ସେ ତାଙ୍କର କର୍ତ୍ତବ୍ୟକର୍ମ ଦୃଷ୍ଟିରୁ ସ୍ତୁତି-ନିନ୍ଦାର ଊର୍ଦ୍ଧ୍ବରେ। ଓଡ଼ିଶାକୁ, ଭାରତକୁ, ଆମରି ଦୁନିଆକୁ ବିଶେଷତଃ ଦୁଃଖୀ, ରଙ୍କି, ପୀଡ଼ିତଙ୍କୁ ସେ ହେତୁ ହେବା ଦିନରୁ ଯେପରି ଦେଖିଥିଲେ, ତାହାଠାରୁ ଟିକିଏ ଅଧିକ ସ୍ବଚ୍ଛଳ, ଅଧିକ ଯୋଗ୍ୟ ଓ ଅଧିକ ପାରଦର୍ଶୀ କରିବାକୁ ସେ ଅକ୍ଲାନ୍ତ ଚେଷ୍ଟା କରିଛନ୍ତି। ତାହାର ଉଦାହରଣ ଅଜସ୍ର; କିନ୍ତୁ ଆହୁରି ଅନେକ ବାକି ରହିଛି। ଯଥାର୍ଥରେ ବିଲାତର ଭିକ୍ଟୋରିଆନ କବି ବ୍ରାଉନିଙ୍ଗ କହିଥିଲେ, ‘The petty done, the undone vast’ ଖୁବ୍ ‘ଅଳ୍ପ କୃତିତ୍ବ ହୋଇଛି, ବିଶାଳ କାର୍ଯ୍ୟ ଅସମାପ୍ତ ରହିଛି।’ ସେ କାର୍ଯ୍ୟକୁ ସାମୂହିକ ଭାଷାରେ ପ୍ରତ୍ୟେକ ବ୍ୟକ୍ତି କାର୍ଯ୍ୟକାରୀ କରିବାକୁ ସଂକଳ୍ପବଦ୍ଧ ହେଲେ ହିଁ ବାବାଜୀଙ୍କ ପ୍ରତି ତାହା ହେବ ଯଥାର୍ଥ ଶ୍ରଦ୍ଧାଞ୍ଜଳି।
ଇଂରାଜୀ ଭାଷାର ମହନୀୟ ନାଟ୍ୟକାର ବାର୍ନାଡ ଶ ତାଙ୍କର ଗୋଟିଏ ଲେଖରେ ଲେଖିଥିଲେ, ‘Life is not a brief candle. It is a splendid torch, that I want to make burn as brightly as possible before handing it on to future generations.’
ଏହାର ଓଡ଼ିଆ ପଦ୍ୟାନୁବାଦ-
‘ଜୀବନଟା ନୁହେଁ କିଞ୍ଚିତ ବତି
ମଶାଲ ସେ, ଜଳେ ଦିବସ ରାତି
ଆହୁରି ତେଜରେ ଯିବି ଜଳାଇ
ଆଗାମୀ ପିଢ଼ିରେ ଦେବି ବଢ଼ାଇ।’
ମୋର ନିଜସ୍ବ କବିତା ବଦଳରେ ମୁଁ ଏହି ଅନୁବାଦଟିକୁ ପରମପୂଜ୍ୟ ବାବୁଜୀଙ୍କୁ ଭକ୍ତିର ଅର୍ଘ୍ୟ ରୂପେ ଭେଟି ଦେଉଛି।
ମନମୋହନ ମିଶ୍ର, ବିଶିଷ୍ଟ କବି



