ଗଣିଆ : ଜିଲ୍ଲା ଅନ୍ତର୍ଗତ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ ଭୁଷୁଡ଼ି ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି l ପ୍ରକାଶ ଥାଉକି ଗଣିଆ ବ୍ଲକଟି ଏକ ଅନୁନ୍ନତ ଅଞ୍ଚଳ ହେତୁ ଏଠରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବହୁ ସମସ୍ୟା ଦେଖା ଦେଉଥିଲା l ବିଶେଷ କରି ଶିଶୁ ଓ ମହିଳା ମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିଲେ l ରାଜ୍ୟ ସରକାର ଏଥିପାଇଁ ତିରିଶ ଶଯ୍ୟା ଡାକ୍ତର ଖାନା ନିର୍ମାଣ ନିମନ୍ତେ ୨ କୋଟି ୨୦ ଲକ୍ଷ ଟଙ୍କା ମଂଜୁର କରିଥିଲେ l ମାତ୍ର ଶୁକ୍ରବାର ଦିନ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମୁଖ ଭାଗ ଛାତ ପଡିସାରିବାର ଦୁଇଘଣ୍ଟା ପରେ ଛାତ ଭୁଷୁଡ଼ି ଥିଲା l ଯାହା ଫଳରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଚାରିଜଣ ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ l କାର୍ଯ୍ୟରତ ଶ୍ରମିକ ମାନେ ହେଲେ କାଳିଆ ଜେନା (୩୫ ) ,କାଳିଆ ପ୍ରଧାନ ( ୨୦ ), ଦିଲ୍ଲୀପ ପ୍ରଧାନ (୨୫ ) ଓ ରାଜା ନାୟକ (୨୨ ) ଅଟନ୍ତି l ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇଥିଲା l ପରେ କାଳିଆ ଜେନାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା l ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମନୋମୁଖୀ ଏବଂ ନିମ୍ନମାନର କାର୍ଯ୍ୟହେତୁ ଏଭଳି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି l
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାତ ଭୁଶୁଡି ୪ ଜଣ ଗୁରୁତର ଭାବେ ଆହତ ,ଜଣକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନlନ୍ତର
Popular Categories



