ଭୁବନେଶ୍ଵର: ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ରାଜଧାନୀ ଭୁବନେଶ୍ଵର ଜନତା ମୈଦାନରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ରହିଛନ୍ତି। ୩ ଦିନ ଧରି ଚାଲିବାକୁ ଥିବାବେଳେ ଯୁବ ସମାବେଶରୁ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି। ଏବଂ କହିଛନ୍ତି ଅଜସ୍ର ସ୍ନେହ ଏବଂ ଶ୍ରଦ୍ଧାର ସହ ଆମେ ଆପଣ ମାନଙ୍କ ଅପେକ୍ଷାରେ ଥିଲୁ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି। ସମ୍ପର୍କ ଆହୁରି ସୁଦୃଢ ହେବ। ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର। ଆପଣଙ୍କ ସଫଳତା ଆମକୁ ଖୁସି ଦେଇଥାଏ। ଓଡିଶାର ସଂସ୍କୃତି ଓ ଐତିହ୍ୟ ସ୍ଵତନ୍ତ୍ର। ମୁଁ ଚାହୁଁଛି ଆପଣ ଓଡିଶାର ସଂସ୍କୃତି ଓ ଐତିହ୍ୟ ଜାଣନ୍ତୁ। ପୁରୀ, କୋଣାର୍କ , ଧଉଳି ଏବଂ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲନ୍ତୁ । ଡାଲମା, ରସଗୋଲା, ଛେନାପୋଡ ଭଳି ଓଡିଆ ଖାଦ୍ୟର ମଜା ନିଅନ୍ତୁ । ଏହି ଅବସରରେ ଭୁବନେଶ୍ଵରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆପଣମାନେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖନ୍ତୁ। ଏହାଦ୍ଵାରା ସମ୍ପର୍କ ଆହୁରି ମଜବୁତ୍ ହେବ ଏବଂ ଅତୁଟ ରହିବ।
ଜଗନ୍ନାଥ ଭୂମିରେ ସ୍ଵାଗତ, ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର : ମୁଖ୍ୟମନ୍ତ୍ରୀ
Popular Categories



