www.samajalive.in
Saturday, December 6, 2025
15.1 C
Bhubaneswar

ଇନ୍ଦିରା ଭବନକୁ ସ୍ଥାନାନ୍ତର ହେବ କଂଗ୍ରେସ ମୁଖ୍ୟାଳୟ

ନୂଆଦିଲ୍ଲୀ : କଂଗ୍ରେସ ଏହାର ମୁଖ୍ୟାଳୟକୁ କୋଟଲା ମାର୍ଗସ୍ଥିତ ଇନ୍ଦିରା ଭବନକୁ ସ୍ଥାନାନ୍ତର କରିବ। ଆସନ୍ତା ସପ୍ତାହରେ ଇନ୍ଦିରା ଭବନର ଉଦ୍‌ଘାଟନ ସହିତ କଂଗ୍ରେସ ମୁଖ୍ୟାଳୟ ସ୍ଥାନାନ୍ତର ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। କୋଟଲାରେ ଇନ୍ଦିରା ଭବନର ନିର୍ମାଣ ଦୀର୍ଘବର୍ଷ ହେଲା ଚାଲିଥିବାବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଟଲାକୁ କଂଗ୍ରେସ ମୁଖ୍ୟାଳୟ ସ୍ଥାନାନ୍ତର ସତ୍ତ୍ବେ ୨୪ ଆକବର ରୋଡର କାର୍ଯ୍ୟାଳୟକୁ ଖାଲି କରାଯିବ ନାହିଁ। ଆକବର ରୋଡ କାର୍ଯ୍ୟାଳୟରେ ଦଳର କିଛି ସେଲ୍‌ କାର୍ଯ୍ୟ କରିବ। ୧୯୭୮ରେ କଂଗ୍ରେସ (ଆଇ) ଗଠନ ହେବା ପରଠାରୁ ୨୪ ଆକବର ରୋଡ କଂଗ୍ରେସ ମୁଖ୍ୟାଳୟ ହୋଇ ରହିଛି। ନୂଆ କଂଗ୍ରେସ ମୁଖ୍ୟାଳୟର ନାମ ‘ଇନ୍ଦିରା ଭବନ’ ରଖାଯିବ। ପ୍ରାଥମିକ ପର୍ଯ୍ୟାୟରେ ନୂଆ ମୁଖ୍ୟାଳୟରେ ଦଳର ପ୍ରଶାସନ, ଆକାଉଣ୍ଟସ୍, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଭଳି ବିଭାଗ କାର୍ଯ୍ୟ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories