ପିଏସ୍ ମହାବିଦ୍ୟାଳୟ ପରିସରରେ ପ୍ରବାସୀ ଭାରତୀୟ ଦିବସ ପାଳିତ
ଝୁମ୍ପୁରା: ବୁଧବାର ଦିନ ଝୁମ୍ପୁରା ସ୍ଥିତ ପିଏସ୍ ମହାବିଦ୍ୟାଳୟ ପରିସର ମଧ୍ୟରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ କଲେଜର ଅଧ୍ୟକ୍ଷ ଦେବବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ପ୍ରବାସୀ ଭାରତୀୟ ଦିବସ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝୁମ୍ପୁରା ତହସିଲଦାର ରୋହିତ କୁମାର ବାଗ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଲଳିତ ମୋହନ ମହାନ୍ତ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ପ୍ରଧ୍ୟାପକ ରମାକାନ୍ତ ପ୍ରଧାନ, ପୂର୍ବତନ ସଂସ୍କୃତ ପ୍ରଧ୍ୟାପକ ପ୍ରସନ୍ନ କୁମାର ପତି ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟି, ଅବିଶ୍ରାନ୍ତ ପରିଶ୍ରମ, କର୍ତ୍ତବ୍ୟନିଷ୍ଠା ଓ ଦେଶପ୍ରତି ଦାୟିତ୍ୱ ବୋଧ ଭାରତକୁ ବିଶ୍ୱ ଦରବାରରେ ପହଂଚାଇ ନିଜ ଦେଶର ସଂସ୍କୃତି, ପରମ୍ପରା, ଭାଷ୍କର୍ଯ୍ୟ, କଳା ସ୍ଥାପତ୍ୟକୁ ପହଂଚାଇ ପାରିଛି। ବିଶ୍ୱର ବିଭିନ୍ନ ଦେଶରେ ଭାରତକୁ ଏକ ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିଥିବା କାରଣରୁ ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ଆମତ୍ରଣ କରି ଜାତୀୟବାଦର ଚେତନା ସୃଷ୍ଟି କରିବା ସହ ତାଙ୍କଠାରୁ ବିଭିନ୍ନ ଅନୁଭୁତିକୁ ଜାଣିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ଶିଳ୍ପ, ଗମନାଗମନ, ଯୋଗାଯୋଗ କ୍ଷେତ୍ରରେ କିପରି ଦ୍ରୁତ ବିକାଶ କରିପାରିବ। ଆମ ଦେଶର ଉତ୍କର୍ଷତାକୁ ବିଭିନ୍ନ ଦେଶରେ ପହଂଚାଇବା ୧୮ ତମ ପ୍ରବାସୀ ଭାରତୀୟ ଦିବସର ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନେ ନିଜ ନିଜର ପାରିଦର୍ଶିତା ପ୍ରଦର୍ଶନ କରିଥିଲେ।
Comments are closed.