www.samajalive.in
Saturday, December 6, 2025
26.1 C
Bhubaneswar

ରୁଷର କ୍ଷେପଣାସ୍ତ୍ର ମାଡ଼ରେ ୧୩ ୟୁକ୍ରେନ ନାଗରିକ ମୃତ

ସମାଜ ଡିଜିଟାଲ ଡେସ୍କ: ରୁଷ ପକ୍ଷରୁ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବା ଫଳରେ ୧୩ ନାଗରିକଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ୟୁକ୍ରେନର ଜାପୋରିଝଝିଆ ସହରରେ ଏହି ଆକ୍ରମଣ କରାଯାଇଛି। ଏଥିରେ ଅନ୍ୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଏହାର ଦୃଶ୍ୟକୁ ପୋଷ୍ଟ କରିଛନ୍ତି। ଆକ୍ରମଣସ୍ଥଳରେ ଧ୍ଵଂସାବଶେଷ ତଳେ କିପରି ମୃତଦେହଗୁଡ଼ିକ ପଡ଼ି ରହିଛି ଏବଂ ଆହତମାନଙ୍କ ଡାକ୍ତରଖାନା ନିଆଯିବାର ଦୃଶ୍ୟ ଦେଖିବାକୁ ମିଳିଛି।

ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ଲାଗାତାର ଆକ୍ରମଣ ଜାରି ରଖିଛି। ଏଥିରେ ହଜାର ହଜାର ୟୁକ୍ରେନ ନାଗରିକ ପ୍ରାଣ ହରାଇଛନ୍ତି। ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ୟୁରୋପରେ ଏହା ସବୁଠୁ ବଡ଼ ଯୁଦ୍ଧ ବୋଲି କୁହାଯାଉଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories