www.samajalive.in
Sunday, December 7, 2025
14.1 C
Bhubaneswar

ସ୍ବାମୀ ଅପରିଷ୍କାର ରହିବାରୁ… ବିବାହର ୪୦ ଦିନ ପରେ ଛାଡ଼ପତ୍ର ଦେଲେ ସ୍ତ୍ରୀ

ଲକ୍ଷ୍ନୌ: ସ୍ବାମୀଙ୍କର ଅସନା ପ୍ରକୃତିରେ ବୀତସ୍ପୃହ ହୋଇ ଉତ୍ତର ପ୍ରଦେଶ ଆଗ୍ରା ସହରର ଜଣେ ମହିଳା ବିବାହର ମାତ୍ର ୪୦ ଦିନ ପରେ ତାଙ୍କୁ ଛାଡପତ୍ର ଦେଇଥିବା ଜଣାପଡିଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ମାସରେ ମାତ୍ର ଥରେ ସ୍ନାନ କରନ୍ତି। ଫଳରେ ତାଙ୍କ ଶରୀରରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ତାଙ୍କ ସହ ଚଳିବା କଷ୍ଟକର ହୋଇପଡୁଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ଓ ଗଣ୍ଡଗୋଳ ଘଟୁଥିଲା। ଦୈନିକ ସ୍ନାନ କରିବା ପରିବର୍ତ୍ତେ ସ୍ବାମୀ ସପ୍ତାହକୁ ଥରେ ଶରୀରରେ ଗଙ୍ଗାପାଣି ଛିଞ୍ଚି ନିଜକୁ ପବିତ୍ର ବୋଲି ଦର୍ଶାଉଥିବା ମହିଳା ଜଣକ କହିଛନ୍ତି। ୪୦ ଦିନର ବୈବାହିକ ଜୀବନରେ ସ୍ବାମୀ ମାତ୍ର ଚାରି ଥର ସ୍ନାନ କରିଥିବା ସେ ଅଭିଯୋଗ କରିଛନ୍ତି। ସ୍ବାମୀଙ୍କର ଏଭଳି ଗୁଣ ବଦଳାଇବାକୁ ଶତ ଚେଷ୍ଟା କରି ବିଫଳ ହେବାପରେ ମହିଳା ଜଣକ ଛାଡପତ୍ର ଦେଇ ବାପଘରକୁ ଚାଲିଯାଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories