କଳାପଥର : କଳାପଥରସ୍ଥିତ ଜାଭିଅର ସ୍କୁଲର ଦଶମ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟାରେ ସ୍ଥାନୀୟ କଳାପଥର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ରୋଜାଲିନ ନାଏକଙ୍କ ସଂଯୋଜନାରେ ପ୍ରତିଷ୍ଠାତା ପ୍ରିୟବ୍ରତ ପ୍ରଧାନଙ୍କ ଅଧକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷାକେନ୍ଦ୍ରର ଅଧକ୍ଷ ପ୍ରଶାନ୍ତ ମାନସିହ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗ ଦେଇ ସରକାରୀ ବିଦ୍ୟାଳୟ ପରି ବେସରକାରୀ ବିଦ୍ୟାଳୟ ମାନଙ୍କରେ ଅନୁଦାନ ଦିଆଗଲେ ଓଡିଶାରେ ଯୁବ ବୈଜ୍ଞାନିକ ସାଙ୍ଗକୁ ଡାକ୍ତର ଏବଂ ପ୍ରଶାସନିକ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇପାରେ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଫତେଗଡ଼ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷା ପଦ୍ମିନୀ ବାରିକ, ବିଶେଷ ଅତିଥି ଭାବେ ଖଣ୍ଡପଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ବିଦ୍ୟାଧର ମହାରଣା, ସନମାନିତ ଅତିଥି ଭାବେ ସମାଜସେବୀ ସରୋଜ ମତ୍ତଗଜ ସିଂହ, ଆଇନଜୀବୀ ଦେବାଶିଷ ମାନସିଂହ, ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ନନ୍ଦ ଉପସ୍ଥିତ ରହି ଗୁରୁ ଶିଷ୍ୟଙ୍କ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ମା’ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜଳନ କରି ଛାତ୍ର ଛାତ୍ରୀ ସ୍ୱାଗତ ସଂଗୀତ ଗାନ ପରେ ଅତିଥି ମାନେ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟ ତରଫରୁ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରୀଥିବା ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଭାପତି ବିଜେନ୍ଦ୍ର ମହାରଣାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ ।
Popular Categories



