www.samajalive.in
Saturday, December 13, 2025
27.1 C
Bhubaneswar

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କ୍ୟାପଟେନ ଅମରେନ୍ଦ୍ର ସିଂହ ନିଜ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ବିଜେପିରେ ନିଷ୍ପତ୍ତି ଦିଲ୍ଲୀରୁ ନିଆଯାଏ । କୌଣସି ନିଷ୍ପତ୍ତିରେ ତାଙ୍କୁ ସାମିଲ କରାଯାଏ ନାହିଁ କି ନିର୍ଣ୍ଣୟ ନେବାକୁ କୁହାଯାଏ ନାହିଁ । ଏହାସହିତ ସେ ସ୍ପଷ୍ଟ କରିଛନ୍ତି କଂଗ୍ରେସରେ ପୁଣି ଥରେ ସାମିଲ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ସିଂହଙ୍କ କହିବା କଥା ହେଲା ପଞ୍ଜାବ ରାଜନୀତିରେ ବିଜେପି ଏବଂ ଅକାଳୀ ଦଳ ସହିତ ମେଣ୍ଟ ହେବା ଆବଶ୍ୟକତା ରହିଛି ।

ଏକ ସାକ୍ଷାତକାରରେ ଅମରେନ୍ଦ୍ର ସିଂହ କହିଛନ୍ତି ଯେ ବିଜେପିରେ ମୋଠାରୁ କିଛି ବି ପରାମର୍ଶ ନିଆଯାଏନାହିଁ । ମୋର ୬୦ବର୍ଷର ରାଜନୈତିକ ଅନୁଭବ ରହିଛି, କିନ୍ତୁ ମୁଁ ନିଜକୁ ଦଳ ଉପରେ ଲଦି ଦେବାକୁ ଚାହୁଁନାହିଁ । କଂଗ୍ରେସକୁ ଫେରିବାର ବାଟ ରହିଛି କି ନାହିଁ ବୋଲି ପଚାରିବାରୁ ଅମରେନ୍ଦ୍ର ଏହାକୁ ସିଧାସଳଖ ପ୍ରତ୍ୟାଖାନ କରିଛନ୍ତି ।

- Advertisement -

କଂଗ୍ରେସ ଅଧିକ ଗଣତାନ୍ତ୍ରିକ/ ବିଜେପି ହାଇକମାଣ୍ଡଙ୍କୁ ଭେଟିବା କଷ୍ଟକର
କଂଗ୍ରେସ ଏବଂ ବିଜେପିର କାର୍ଯ୍ୟଶୈଳୀ ତୁଳନା କରି ଅମରିନ୍ଦର ସିଂହ କହିଛନ୍ତି ଯେ କଂଗ୍ରେସର ସିଷ୍ଟମ ଅଧିକ ଗଣତାନ୍ତ୍ରିକ, ସେଠାରେ ନେତାଙ୍କୁ ସବୁ ପ୍ରସଙ୍ଗରେ ମତ ଲୋଡାଯାଏ । ହାଇକମାଣ୍ଡଙ୍କୁ ଭେଟିବା ସହଜ ଥିଲା । ବିଜେପିରେ ଶୀର୍ଷ ନେତୃତ୍ୱଙ୍କୁ ଭେଟିବା କଷ୍ଟକର । ବିଜେପି ନିଜର ନିଷ୍ପତ୍ତିକୁ ସାର୍ବଜନୀନ କରେନାହିଁ । ଏସବୁ ଭିତରେ ଅମରେନ୍ଦ୍ର କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ।

 

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories