www.samajalive.in
Saturday, December 13, 2025
27.1 C
Bhubaneswar

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ ବ୍ରିଜ ପରିସରରେ ଚାଲିଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀର ଦ୍ଵିତୀୟ ଦିବସରେ ଗୋପାଳପୁର କଲେଜରେ ଫ୍ରାଟେରନିଟି ପାର୍କ ସ୍ଥାପନ ପାଇଁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଆଜି ପୂର୍ବାହ୍ନରେ ମୈତ୍ରୀ ସଂଗଠନର ସଭାପତି ତଥା ଲୋକ ସେବକ ମଣ୍ଡଳ ଉପ ସଭାପତି ଦୀପକ ମାଲବ୍ୟଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ଶିବିର ସ୍ଥଳରୁ ପଦଯାତ୍ରାରେ ବାହାରି ଗୋପାଳପୁର କଲେଜରେ ପହଞ୍ଚିଥିଲେ । କଲେଜର ଏନ୍‌ସିସି କ୍ୟାଡେଟ୍ ଓ ସ୍କାଉଟ ଗାଇଡ୍ ପକ୍ଷରୁ ପ୍ରତିନିଧିଙ୍କୁ ସ୍ବାଗତ କରାଯାଇଥିଲା । ସେଠାରେ ସମସ୍ତ ପ୍ରତିନିଧି ନିଜ ରାଜ୍ୟରୁ ଆଣିଥିବା ମାଟିକୁ ସଙ୍ଗଠନ ପକ୍ଷରୁ ନିର୍ମିତ ଏକତା ସ୍ତମ୍ବରେ ପକାଇଥିଲେ । କଲେଜରେ ଥିବା ବଗିଚାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ନୂତନ ଭାବେ ଏହି ଏକତା ସ୍ତମ୍ବ ନିର୍ମାଣ କରାଯାଇଛି ।

କଲେଜ ପରିସରରେ ସଙ୍ଗଠନ ପକ୍ଷରୁ ଏକ ଫ୍ରାଟେରନିଟି ପାର୍କ ସ୍ଥାପନ ପାଇଁ ଆଜି ସଭାପତି ଶ୍ରୀ ଦୀପକ ମାଲବ୍ୟ ଘୋଷଣା କରିଥିଲେ । ସେହି ପାର୍କ ରେ ପ୍ରତିନିଧି ମାନେ ଆଣିଥିବା ଚାରାରୋପଣ କରାଯାଇଥିଲା । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନା, ପଞ୍ଜାବର ପୂର୍ବତନ ଡିଜି ଡ. ଡିଆର ଭାଟି, ଲୋକସେବକ ମଣ୍ଡଳର ସଦସ୍ୟ, ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । କଲେଜ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ସମେତ ଅପରାଜିତା ପାଣ୍ଡେ, ଯୋଗେନ୍ଦ୍ର ସାହୁ, ଆକାଶ କୁମାର ସିଂ, ସରିତା ପାତ୍ର, ଡ ପ୍ରଦିପ କୁମାର ପଟ୍ଟନାୟକ, ଡ ମାନସ ରଞ୍ଜନ ମିଶ୍ର, ଡ ରାମଚନ୍ଦ୍ର ଜେନା, ଡ ଶଙ୍କର ମାଝୀ, ହରିକୃଷ୍ଣ କୋଠିଆ, ଡ ରମେଶ ପ୍ରଧାନ, ଅଶୋକ ସାମନ୍ତ, ପଲବ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହାପରେ ପ୍ରତିନିଧି ମାନେ ଶିବିର ସ୍ଥଳକୁ ଫେରି ଦକ୍ଷିଣ ଏସିଆର ବିଭିନ୍ନ ସମସ୍ୟାକୁ ନେଇ ମଞ୍ଚରେ ଆଲୋଚନା କରିଥିଲେ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories