www.samajalive.in
Saturday, December 13, 2025
27.1 C
Bhubaneswar

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍ ଭଳି ଇନଷ୍ଟାଣ୍ଟ ମେସେଜିଂ ଆପ୍ ପାଇଁ “ସିମ୍ ବାଇଣ୍ଡିଂ” କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ସୋସିଆଲ ମିଡିଆ ଏବଂ ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୯୦ ଦିନ ସମୟ ଦିଆଯାଇଛି। “ସିମ୍ ବାଇଣ୍ଡିଂ” ନିୟମ ଫେବୃଆରୀ ୨୦୨୬ରେ କାର୍ଯ୍ୟକାରୀ ହେବ। ତଥାପି ଇନଷ୍ଟାଣ୍ଟ ମେସେଜିଂ ଆପ୍ ଗୁଡିକ ଏହି ନିୟମକୁ ନେଇ ଚିନ୍ତିତ। ବ୍ରଡବ୍ୟାଣ୍ଡ ଇଣ୍ଡିଆ ଫୋରମ୍ ଏହି ନିୟମକୁ ସମସ୍ୟାପୂର୍ଣ୍ଣ କହିଥିବାବେଳେ, ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଆସନ୍ତୁ ଜାଣିବା କଣ ଏହି “ସିମ୍ ବାଇଣ୍ଡିଂ” ….

କଣ ଆପଣ ୟୁପିଆଇ ଆପ୍ ବ୍ୟବହାର କରନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ସିମ୍ ବାଇଣ୍ଡିଂ ବୁଝିବା ସହଜ ହେବ। ୟୁପିଆଇ ବ୍ୟବହାର କରିବା ସମୟରେ ସ୍ମାର୍ଟଫୋନ୍‌ରେ ଯେଉଁ ସିମ୍‌ କାର୍ଡ ରହିଥାଏ। ତାକୁ ହିଁ ସିମ୍ ବାଇଣ୍ଡିଂ କୁହାଯାଏ। ଯେଉଁଥିରେ ସିମ୍‌ କାର୍ଡ ଏବଂ ୟୁପିଆଇ ଆପ୍ ପରସ୍ପର ଉପରେ ନିର୍ଭରଶୀଳ। ଏବଂ ସିମ୍ କାର୍ଡ ଯାଞ୍ଚ ବିନା କାମ କରନ୍ତି ନାହିଁ। ଦୂରସଂଚାର ବିଭାଗ ମଧ୍ୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ସମାନ ସିଷ୍ଟମ କାର୍ଯ୍ୟକାରୀ କରିବାକୁ କହିଛି। ଆପଣ ଯେଉଁ ନମ୍ବର ସହିତ ହ୍ୱାଟ୍ସଆପ୍, ସ୍ନାପଚଟ୍ ଇତ୍ୟାଦି ଇନଷ୍ଟାଣ୍ଟ ମେସେଜିଂ ଆପ୍ ବ୍ୟବହାର କରନ୍ତି ସେହି ନମ୍ବରର ସିମ୍ କାର୍ଡ ଡିଭାଇସରେ ଉପସ୍ଥିତ ରହିବା ଆବଶ୍ୟକ।

- Advertisement -

ସାମ୍ପ୍ରତିକ ସମୟରେ ସାଇବର ଅପରାଧ ଏବଂ ଆର୍ଥିକ ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆର୍ଥିକ ଠକେଇକୁ ରୋକିବା ପାଇଁ ଦୂରସଞ୍ଚାର ବିଭାଗ ଇନଷ୍ଟାଣ୍ଟ ମେସେଜିଂ ଆପ୍ ପାଇଁ ସିମ୍ ବାଇଣ୍ଡିଂକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି। ହ୍ୟାକର୍ସମାନେ ନୂତନ ଉପାୟରେ ଲୋକଙ୍କୁ ଠକିବା ପାଇଁ ସିଷ୍ଟମର ଲୁଫୋଲ୍ସକୁ ବ୍ୟବହାର କରନ୍ତି। ସିମ୍ ବାଇଣ୍ଡିଂ ସିମ୍ ସ୍ୱାପ୍ କରି ଇନଷ୍ଟାଣ୍ଟ ମେସେଜିଂ ଆପ୍ ପ୍ରବେଶକୁ ରୋକିବ ଏବଂ ଠକେଇ ଉପରେ ରୋକ ​​ଲଗାଇବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories