www.samajalive.in
Saturday, December 13, 2025
18.1 C
Bhubaneswar

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର – ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ ଖିଅ ହତେଇବାକୁ ତଦନ୍ତ ଜୋରଦାର କରିଛି ସିବିଆଇ। ମୋବାଇଲ ଯାଞ୍ଚ କରିବା ନେଇ କୋର୍ଟରେ ସିବିଆଇ ପକ୍ଷରୁ ଆବେଦନ କରାଯାଇଛି। ପରୀକ୍ଷା ଜାଲିଆତି ଘଟଣାରେ ଅଭିଯୁକ୍ତ ମାନଙ୍କ ପାଖରୁ ୧୧୩ ଟି ମୋବାଇଲ ଜବତ କରିଥିଲା ସିବିଆଇ। ମୋବାଇଲ ରେ ଥିବା ତଥ୍ୟରେ ବଡବଡିଆଙ୍କ ସଂପୃକ୍ତି ରହିଥିବା ନେଇ ସିବିଆଇ ସନ୍ଦେହ କରୁଛି। ଫରେନ୍ ସିକ ରେ ମୋବାଇଲ ଯାଞ୍ଚ ରିପୋର୍ଟ ସମୟ ସାପେକ୍ଷ ଥିବାରୁ ନିଜ ସଂସ୍ଥା ଦ୍ଵାରା ସମସ୍ତ ମୋବାଇଲ ଗୁଡିକରେ ହ୍ବାଟ୍ ସ ଆପ୍, ମେସଜ୍ , କଲ୍ ଡିଟେଲ୍ ଯାଞ୍ଚ କରିବା ନେଇ କୋର୍ଟରେ ଆବେଦନ କରିଛି । ଏସଆଇ ପୁଲିସ ପରୀକ୍ଷା ଜାଲିଆତି ଘଟଣାରେ ଏଯାବତ ମୋଟ ୫ ଜଣଙ୍କୁ ଗିରଫ କରିଛି ସିବିଆଇ।

ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ ଖିଅ ହତେଇବାକୁ ତଦନ୍ତ ଜୋରଦାର କରିଛି ସିବିଆଇ। ଏହି ଘଟଣାର ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ନୀତୁ ଅରୋର କୁ ବାହାର ରାଜ୍ୟରୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ନୀତୁ ଅରୋର କିଛି ଦିନ ଧରି ଫେରାର ଥିଲା । ଗିରଫ ପରେ ଅଭିଯୁକ୍ତ ନୀତୁଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ତରେ ନେଇଛି ସିବିଆଇ। ଏହି ଘଟଣାରେ ନୀତୁକୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କଲାଣି ସିବିଆଇ।

- Advertisement -

ସୂଚନାଯୋଗ୍ୟ ଯେ, ଓପିଆର୍‌ବି ଏସ୍‌ଆଇ ପଦ ଲାଗି ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ପରିଚାଳନା ଓ ସିସିଟିଭି ରେକର୍ଡିଂ ଓ ଚୂଡ଼ାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ତିଆରି ଦାୟିତ୍ବ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଆଇଟିଆଇ ଲି.କୁ ଦେଇଥିଲା। ଆଇଟିଆଇ କାମ ପାଇବା ପରେ ଭୁବନେଶ୍ବର ପଟିଆରେ ଥିବା ସିଲିକନ ଟେକଲାବ୍ ପ୍ରା. ଲି.କୁ ଦେଇଥିଲା। ଏହି ସଂସ୍ଥା ପ୍ରଶ୍ନପତ୍ର ପ୍ରସ୍ତୁତି, ମୁଦ୍ରଣ ଏବଂ ପରିବହନ ଦାୟିତ୍ବ ନେଇ ଶଙ୍କରର ପଞ୍ଚସଫ୍ଟ ଟେକ୍ନୋଲୋଜିସ ପ୍ରା. ଲି.କୁ ହସ୍ତାନ୍ତର କରିଥିଲା।

ଏହି ଜାଲିଆତି ମାମଲାରେ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ମୋଟ ୧୨୩ ଜଣଙ୍କୁ ଗିରଫ କରି ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇଥିଲେ ା ଶଙ୍କର ଓ ସୁରେଶ ଗିରଫ ପରେ ଏହି ମାମଲାରେ ଗିରଫ ସଂଖ୍ୟା ୧୨୫କୁ ବୃଦ୍ଧି ହୋଇଥିଲା ।   ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ମାମଲାରେ ସମସ୍ତ ୧୧୪ ଏସଆଇ ଚାକିରି ଆଶାୟୀ ପ୍ରାର୍ଥୀଙ୍କୁ ଜାମିନ ପ୍ରଦାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories