ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ ଯୁବକ ମୃତ୍ୟୁ ବରଣ କରିଛନ୍ତି । ପ୍ରାପ୍ତ ଖବର ଅନୁଯାଇ ଧାମରା ସାମୁଦ୍ରିକ ଥାନା ଅଧିନସ୍ଥ ଜାଗୁଳା ଗ୍ରାମର ରାମଚନ୍ଦ୍ର ଜେନା(୩୧) ତାମିଲନାଡୁର ତିରିପୁର ଠାରେ ଏକ ସୂତା କମ୍ପାନୀରେ ଦୀର୍ଘ ୧୪ବର୍ଷ ହେବ କାର୍ଯ୍ୟ କରି ଆସୁଥିଲା ।
ଗତକାଲି ରାମଚନ୍ଦ୍ର କମ୍ପାନୀ କାର୍ଯ୍ୟରେ ଯାଉଥିବା ସମୟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଶବ ସଂପୃକ୍ତ କମ୍ପାନୀ ଓଡିଶାକୁ ପଠାଉଥିବା ବେଳେ କିପରି ରାମଚନ୍ଦ୍ରଙ୍କ ପରିବାରକୁ ସଂପୃକ୍ତ କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ମିଳିବ ସେ ନେଇ ଭାରତୀୟ ମଜଦୁର ସଂଘ ଏବଂ ଅଂଚଳବାସୀ ଜିଲ୍ଲାପ୍ରଶାସନ ନିକଟରେ ଦାବୀ ରଖିଛନ୍ତି ।



