ଭୁବନେଶ୍ୱର- ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ
ରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ମୋହନ । କିଛି ଦିନ ପୂର୍ବରୁ ରେଢ଼ାଖୋଲର ନାକଟିଦେଉଳ ଠାରେ ସଡ଼କ ଦୁର୍ଘଟଣାରେ ରମାକାନ୍ତଙ୍କ ର ମୃତ୍ୟୁ ହୋଇଥିଲା ।



