ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍, କିଣିବେ ଘର,ଗାଡି..

ମେ’ ମାସରେ କିଛି ଶକ୍ତିଶାଳୀ ଗ୍ରହ ଚଳନ କରିବେ । ସୂର୍ଯ୍ୟ ମେ’୧୪ରେ ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ । ମେ’୬ରେ ମେଷ ରାଶିରେ ବୁଧ ପ୍ରବେଶ କରିବେ । ୩୧ ମେ’ରେ ମେଷ ରାଶିରେ ଶୁକ୍ର ଚଳନ କରିବେ ।
ଗୁରୁ ଗ୍ରହ ୧୪ ମେ’ରେ ମିଥୁନ ରାଶିରେ ପ୍ରବେଶ କରିବେ । ରାହୁ-କେତୁ ମଧ୍ୟ ଏହି ମାସରେ ଚଳନ କରିବେ । ଏହି ୨ ଛାୟା ଗ୍ରହ ୧୮ ମେ’ରେ ରାଶି ପରିବର୍ତ୍ତନ କରିବେ । ରାହୁ କୁମ୍ଭ ରାଶିରେ ଓ କେତୁ ସିଂହ ରାଶିରେ ପ୍ରବେଶ କରିବେ । ଜାଣନ୍ତୁ ଗ୍ରହଙ୍କ ଏହି ଚଳନରେ କେଉଁ କେଉଁ ରାଶି ମାଲାମାଲ୍ ହେବେ..
ଗ୍ରହଙ୍କ ଏହି ମହାଚଳନ ୫ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳକାରୀ ହେବ ।
ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଧନ ସମ୍ପତ୍ତି ସୁଖ ପ୍ରାପ୍ତି ହେବ । ପ୍ରେମରେ ସଫଳତା ମିଳିବ । ଗାଡି, ଭୂମି, ଘର କିଣିବାର ଯୋଗ ରହିଛି । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ନିୟମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।
କର୍କଟ- ଆୟରେ ବୃଦ୍ଧି ହେବ । ସୁଖସମୃଦ୍ଧି ବୃଦ୍ଧି ହେବ । ମନକୁ ଶାନ୍ତି ମିଳିବ । ନିବେଶ କରି ଲାଭବାନ୍ ହେବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ପ୍ରଭୁ ହନୁମାନଙ୍କ ଉପାସନା କରନ୍ତୁ ।
ସିଂହ- ଏହି ରାଶିଙ୍କୁ ବଡ ଲାଭ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ଥିବା ସମସ୍ୟା ଦୂର ହେବ । ଘରେ ଶୁଭ କାର୍ଯ୍ୟ ହେବାର ଯୋଗ ରହିଛି । ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ ଅଧିକ ଶୁଭଫଳ ମିଳିବ ।
ତୁଳା- ଏହି ରାଶିଙ୍କୁ ବିଶେଷ ଲାଭ ମିଳିବ । ଶୁଭ ଖବର ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଚାକିରିରେ ପଦନ୍ନୋତି ହେବ । ଖର୍ଚ୍ଚ କମ୍ ହେବ । ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ ।
ମକର- ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ସହ ଦରମା ବଢିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ମନ ଖୁସି ରହିବ । ସନ୍ତାନ ପକ୍ଷରୁ ଶୁଭଖବର ମିଳିବ । ଏହି ମାସରେ ଲାଲ ରଙ୍ଗର ବସ୍ତ୍ର, ତମ୍ବା ଆଦି ଦାନ କରନ୍ତୁ ।
Comments are closed.