ମୁଖୀଗୁଡା : ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ବି ସନ୍ତୋଷଙ୍କୁ ମିଳୁନି ଭିନ୍ନକ୍ଷମ ଭତ୍ତା । କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ୯ ନମ୍ବର ୱାର୍ଡ ବାସିନ୍ଦା ସନ୍ତୋଷ ଦାନି(୫୧)। ବାପା ମାଙ୍କ ମୃତ୍ୟୁ ପରେ ମାଟି ଘରଟିଏ ଥିଲା । ସେଠାରେ ରହୁଥିଲେ ଅବିବାହିତ ସନ୍ତୋଷ । ହେଲେ ଗତ ବର୍ଷ ସମ୍ପୂର୍ଣ୍ଣ ଭାଙ୍ଗି ଯିବା ପରେ ନିଜ କାକା ପୁଅ ଭାଇ ଶରତ ଦାନି ଘରେ ରହୁଛନ୍ତି । ରାସନ କାର୍ଡ ଏବଂ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଅଛି । ହେଲେ ନା ଅଛି ରହିବାକୁ ଘର ନା ମିଳିଛି ଭତ୍ତା । ଭତ୍ତା ପାଇଁ ଆବେଦନ କରିଥିବା କହିଛନ୍ତି ସନ୍ତୋଷ ହେଲେ ମଞ୍ଜୁର ହୋଇନାହିଁ । ଭଲ ଭାବରେ ଶୁଣି ପାରୁ ନଥିଲେ ହେଁ ଏକ ସାଇକେଲ ମେକାନିକ ପାଖରେ କାମ କରି ଯାହା କିଛି ମିଳୁ ଥିଲା କଷ୍ଟେ ମଷ୍ଟେ ଚଳୁ ଥିଲେ ଏବେ ଟିକେ ଦୃଷ୍ଟି ଶକ୍ତି କମି ଯିବା ପରେ ଆଉ କିଛିକାମ କରୁ ନାହାନ୍ତି । ସମ୍ପୂର୍ଣ୍ଣ ଭାଇଙ୍କ ଭରଷାରେ ରହୁଛନ୍ତି ତାଙ୍କୁ ମଧ୍ୟ ଏହି ମହଙ୍ଗା ଜମାନାରେ ଚଳିବା କଷ୍ଟକର ହୋଇ ପଡୁଥିବାବେଳେ ସରକାରଙ୍କ ତରଫରୁ ଭତ୍ତା ମିଳିଲେ ଦୈନିକ ଆବଶ୍ୟକତା ପୁରଣ ହୋଇ ପାରନ୍ତା ବୋଲି କହିଛନ୍ତି ସନ୍ତୋଷ । ଆବାସ ଯୋଜନାରେ ଘର ପାଇଁ ସରପଞ୍ଚ ଠାରୁ ବିଡ଼ିଓଙ୍କୁ ଜଣାଇଥିଲେ ହେଁ ଏପର୍ଯ୍ୟନ୍ତ ମିଳିନାହିଁ । ଜିଲ୍ଲା ପ୍ରଶାସନ ତରଫରୁ ସନ୍ତୋଷଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।
Popular Categories



