www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଲୋକନୃତ୍ୟ ମହୋତ୍ସବ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରବାସୀ ଭାରତୀୟମାନଙ୍କ ଆତିଥ୍ୟପାଇଁ ଏକ ଲୋକନୃତ୍ୟ ମହୋତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୁରୁ ଧନେଶ୍ୱର ସ୍ୱାଇଁ, ଡ. ମିହିର ସାହୁ, ରାଜୀବ ପାଣି ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା ସ୍କୁଲ ପିଲାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ମଞ୍ଚପ୍ରାଙ୍ଗଣ। ପ୍ରଥମ ପର୍ଯ୍ୟାୟରେ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଦ୍ୱାରା ବାଦ୍ୟ ପରିବେଷଣ କରାଯାଇଥିଲା ଏବଂ ପଦ୍ମଶ୍ରୀ ଉଦ୍ଧବ ଚରଣ ଦାସ ଏବଂ ସାଥୀଙ୍କ ଦ୍ୱାରା ଘୋଡ଼ାନାଚ ପ୍ରଦର୍ଶିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଦେବେନ୍ଦ୍ରନାଥ ଦାସ ଏବଂ ସାଥୀଙ୍କ ଦ୍ୱାରା ଦାସକାଠିଆ ନୃତ୍ୟ ପରିବେଷଣ ହେବା ସହିତ ଅନ୍ତିମ ପର୍ଯ୍ୟାୟରେ ସମ୍ବଲପୁରୀ ନୃତ୍ୟ ରବିନ୍ଦ୍ର ବାଗ୍ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଓଡ଼ିଶାର ଲୋକନୃତ୍ୟ ଏବଂ ଲୋକବାଦ୍ୟ ପରମ୍ପରା ସହିତ ଓଡ଼ିଆ ଅସ୍ମିତାର ମହକରେ ରାଜ୍ୟ ସଂଗ୍ରହାଳୟ ମୁଖରିତ ହୋଇଉଠିଥିଲା।

- Advertisement -

ଆଜିର କାର୍ଯ୍ୟକ୍ରମରେ ଆମେରିକା ସମେତ ଅନ୍ୟ କେତେକ ଦେଶର ପ୍ରବାସୀ ଭାରତୀୟ ଅତିଥିମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories