ବାସ୍ତୁ ; କେଉଁ ଦିଗରେ କି ରଙ୍ଗର ପରଦା ଲଗାଇଲେ ରହିବନି ବାସ୍ତୁ ଦୋଷ, ଦୂର ହେବ ଧନ ଅଭାବ..

ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଜିନିଷ ବାସ୍ତୁ ନିୟମ ଅନୁଯାୟୀ ରଖିବା ଉଚିତ୍‌ । ନଚେତ୍‌ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ। ଘରେ ସର୍ବଦା ସକରାତ୍ମକ ଶକ୍ତି, ସୁଖସମୃଦ୍ଧି ଓ ହସଖୁସିର ବାତାବରଣ ପାଇଁ କିଛି ସରଳ ଉପାୟ ରହିଛି। ସେହିଭଳି ଗୋଟିଏ ଜିନିଷ ହେଉଛି ଘରର ପରଦା ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପରଦା ସଠିକ୍‌ ଦିଗରେ ଲଗାଇବା ସହ ସଠିକ୍‌ ରଙ୍ଗର ମଧ୍ୟ ଚୟନ କରିବା ନିତାନ୍ତ ଆବଶ୍ୟକ। ଏହାର ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରଭାବ ପକାଏ । ଜାଣନ୍ତୁ..

ବାସ୍ତୁ ଅନୁସାରେ ଘରେ ପରଦା ସର୍ବଦା ପୂର୍ବ, ଦକ୍ଷିଣ, ପଶ୍ଚିମ, ଉତ୍ତର ଓ ଐଶାନ୍ୟ କୋଣରେ ଲଗାଇବା ଶୁଭଙ୍କର। ଏହାଦ୍ୱାରା ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ। ସଫଳତା ମିଳିଥାଏ। ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ରଙ୍ଗର ପରଦା..

ସବୁଜ ରଙ୍ଗ- ବାସ୍ତୁ ଅନୁସାରେ ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଲଗାଇବା ଶୁଭଙ୍କର। ଏହାଦ୍ୱାରା ପରିବାର ସଦସ୍ୟଙ୍କ ପାଦ ଜନିତ ସମସ୍ୟା ଥିଲେ ଦୂର ହୋଇଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ।

ଲାଲ ରଙ୍ଗ- ଘରର ଦକ୍ଷିଣ ଦିଗରେ ଲାଲ ରଙ୍ଗ କିମ୍ବା କୌଣସି ଗାଢ ରଙ୍ଗର ପରଦା ଲଗାଇବା ଉଚିତ୍‌। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ଓ ଉତ୍ତମ ବୁଝାମଣା ରହିଥାଏ। ଅଯଥାରେ ଅଶାନ୍ତି ହୋଇନଥାଏ ।

ଜାନୁଆରୀ ୧୦ ଏକାଦଶୀରେ ଅତ୍ୟନ୍ତ ଶୁଭ ଯୋଗ ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..

prayash

ଧଳା ରଙ୍ଗ – ଘରର ପଶ୍ଚିମ ଦିଗରେ ଧଳା ରଙ୍ଗର ପରଦା ଲଗାଇଲେ, ଜୀବନରେ ସକରାତ୍ମକ ଶକ୍ତି ସହ ଘରେ ସୁଖସମୃଦ୍ଧି ସର୍ବଦା ରହିଥାଏ ।

ନୀଳ – ଘରର ଉତ୍ତର ଦିଗରେ ହାଲୁକା ନୀଳ ରଙ୍ଗ କିମ୍ବା ଧଳା ରଙ୍ଗର ପରଦା ଲଗାଇଲେ ପରିବାରର ହସଖୁସିର ବାତାବରଣ ସହ କରଜରୁ ମୁକ୍ତି ମିଳିଥାଏ ।

ଐଶାନ୍ୟ କୋଣରେ ସର୍ବଦା ହାଲୁକା ରଙ୍ଗର ପରଦା ଲଗାଇଲେ, ଶରୀର ନିରୋଗ ରହିବା ସହ ରୋଗ ଦୂର ହୋଇଥାଏ ।

ଦେଶରେ ବୃଦ୍ଧି ପାଉଛି ଏଚ୍‌ଏମ୍‌ପିଭି ଭୂତାଣୁ ; ଆଉ ୨ ଚିହ୍ନଟ, ମୋଟ ସଂକ୍ରମିତ ୮

Comments are closed.