www.samajalive.in
Monday, December 15, 2025
27.1 C
Bhubaneswar

ଦେଶରେ ବୃଦ୍ଧି ପାଉଛି ଏଚ୍‌ଏମ୍‌ପିଭି ଭୂତାଣୁ ; ଆଉ ୨ ଚିହ୍ନଟ, ମୋଟ ସଂକ୍ରମିତ ୮

ମୁମ୍ବାଇ : ଚୀନରେ କାୟା ମେଲାଉଥିବା ଏଚ୍‌ଏମ୍‌ପିଭି ଭୂତାଣୁ ଭାରତରେ ଧିରେ ଧିରେ ବ୍ୟାପିବା ଆରମ୍ଭ କଲାଣି । ଗତ ୨ ଦିନ ମଧ୍ୟରେ ବଢି ଚାଲୁଛି ସଂକ୍ରମିତଙ୍କ ସଂଖ୍ୟା । କର୍ଣ୍ଣାଟକ ଓ ଗୁଜରାଟ ପରେ ମହାରାଷ୍ଟ୍ରର ନାଗପୁରରେ ମଧ୍ୟ ଏଚ୍‌ଏମ୍‌ପିଭି ଭୂତାଣୁରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରୁର ନାଗପୁରରେ ମଙ୍ଗଳବାର ଚିହ୍ନଟ ହୋଇଥିବା ପଜିଟିଭ୍‌ ମଧ୍ୟ ୨ ଜଣ ଶିଶୁ । ଏହି ଭୂତାଣୁର ଲକ୍ଷଣ ଏହି ୨ ଶିଶୁଙ୍କ ନିକଟରେ ଦେଖାଯାଇଛି। ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ଓ ୧୩ ବର୍ଷ ।
ନାଗପୁରର ହସ୍ପିଟାଲରେ ୨ ଶିଶୁଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଶିଶୁଙ୍କ ନିକଟରେ କାଶ, ଜ୍ୱର ସମସ୍ୟା ଦେଖାଦେଇଛି ।
ମହାରାଷ୍ଟ୍ର ସରକାର ଏଚ୍‌ଏମ୍‌ପିଭି ଭୂତାଣୁକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଯାଏଁ ଥିବା ସ୍ଥିତି ଅନୁଯାୟୀ, କେନ୍ଦ୍ର ସରକାର ସୂଚନା ଦେଇଛନ୍ତି, ଏଚ୍‌ଏମ୍‌ପିଭି ଭୂତାଣୁ ବୃଦ୍ଧି ପାଇବା ପରେ କରୋନା ଭଳି ସ୍ଥିତି ହେବାର ସମ୍ଭାବନା ନାହିଁ । ପ୍ରଥମ ଥର ଏହି ଭୂତାଣୁ ୨୦୦୧ରେ ନେଦରଲ୍ୟାଣ୍ଡରେ ମିଳିଥିଲା ।
ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ରରେ ପ୍ରାୟ ୮ ଜଣ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବେଙ୍ଗାଲୁରୁ, ନାଗପୁର ଓ ତାମିଲନାଡୁରୁ ୨ ଲେଖାଏଁ ସାମିଲ ରହିଛି। ଗୁଜରାଟ ଓ ଅହମ୍ମଦାବାଦ୍‌ରେ ଗୋଟିଏ ମାମଲା ସାମ୍ନାକୁ ଆସିଛି।

ମକର ସଂକ୍ରାନ୍ତିରେ ଅତ୍ୟନ୍ତ ଶୁଭ ସଂଯୋଗ ; ଏହି ୫ ରାଶିଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟ, ହେବ ଧନ ବର୍ଷା, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories