www.samajalive.in
Friday, December 5, 2025
26.1 C
Bhubaneswar

ଭୟଙ୍କର ତୁଷାର ଝଡ : ୭ ରାଜ୍ୟରେ ଜରୁରିକାଳୀନ ସ୍ଥିତି, ୧୩୦୬ ବିମାନ ବାତିଲ

ୱାଶିଂଟନ: ପ୍ରବଳ ଶୀତ ଜନିତ ତୁଷାରପାତ ଓ ବରଫ ଝଡ଼ ଯୋଗୁଁ ଆମେରିକାର ବିଭିନ୍ନ ପ୍ରଦେଶରେ ୧୩୦୬ ବିମାନର ଉଡାଣ ବାତିଲ କରାଯାଇଥିବାବେଳେ ୪୧୪ ବିମାନର ଉଡାଣ ବିଳମ୍ବିତ ହୋଇଛି। ଫେଡେରେସନ ଅଫ ଆଭିଏସନ ଆଡମିନଷ୍ଟ୍ରେସନ ର କହିବା ଅନୁଯାୟୀ ସୋମବାର ପ୍ରବଳ ତୁଷାରପାତ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆମେରିକା ଉତ୍ତର-ପୂର୍ବାଞ୍ଚଳ ଓ ମଧ୍ୟ ଆଟଲାଣ୍ଟିକ୍ ଅଞ୍ଚଳରେ ଶୀତ ଲହରି ଲାଗି ରହିବା ନେଇ ଏଫଏଏ ପୂର୍ବାନୁମାନ କରିଥିଲା। ସେପଟେ ତୁଷାର ଝଡ ଯୋଗୁଁ ୭ ରାଜ୍ୟ ଯଥା କେଣ୍ଟକି, ଭର୍ଜିନିଆ, ଓ୍ବେଷ୍ଟ ଭର୍ଜିନିଆ, କନ୍ସାସ୍ , ଅର୍କାନସାସ୍ , ମିସୋରୀ ଆଦି କେତେକ ସ୍ଥାନରେ ଜରୁରିକାଳୀନ ସ୍ଥିତି ଲାଗୁ ହୋଇଛି। କନ୍ସାସ୍ ଏବଂ ମିସୋରି ପାଇଁ ସ୍ଵତନ୍ତ୍ର ଚେତାବନୀ ଜାରି କରାଯାଇଛି। ଏଠାରେ ଘଣ୍ଟା ପ୍ରତି ୭୨ କିମି ବେଗରେ ଥଣ୍ଡା ପବନ ବହୁଥିବା ସୂଚନା ମିଳିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories