www.samajalive.in
Saturday, December 6, 2025
14.1 C
Bhubaneswar

କୁହୁଡି ସାଜିଲା କାଳ: ଟ୍ରକ୍‌-ଟ୍ରଲର ଧକ୍କା, ଡ୍ରାଇଭର ଗୁରୁତର

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ରାଜପଥ ରାଜଘାଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଛି ଟ୍ରଲର। ଏଥିରେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି। କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି। ଆଜି ସକାଳେ ଜଳେଶ୍ଵରରେ ଘନ କୁହୁଡି ଯୋଗୁଁ ରାସ୍ତା ଦୃଶ୍ୟମାନ ହୋଇନଥିଲା। ଟ୍ରଲରଟି ବାଲେଶ୍ଵର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାବେଳେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ଜଣକ ସମ୍ପୂର୍ଣ୍ଣ ଚାପି ହୋଇ ରହିଥିଲେ।  ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories