www.samajalive.in
Sunday, December 7, 2025
23.1 C
Bhubaneswar

ବାଜିବ ଦିଲ୍ଲୀ ନିର୍ବାଚନ ବିଗୁଲ୍ : ଆଜି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ଦିଲ୍ଲୀ ନିର୍ବାଚନ ତାରିଖ।  ଅପରାହ୍ନ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସ୍‌ମିଟ୍ ରହିଛି। ଏଥିରେ ଦିଲ୍ଲୀ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୨୩ ତାରିଖରେ ଶେଷ ହୋଇଛି। ତେଣୁ ତା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଆସୁଛି , କିନ୍ତୁ ଏଥର କେତୋଟି ପର୍ଯ୍ୟାୟରେ ଭୋଟ୍ ହେବ , ତା ଉପରେ ସମସ୍ତଙ୍କର ନଜର ରହିଛି। ଚଳିତବର୍ଷ ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହେବ। ମୁଖ୍ୟତଃ ଆମ୍ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଭିତରେ ମହା ଲଢେଇ ହେବ। ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩ ଲକ୍ଷ ୪୯ ହଜାରରୁ ଅଧିକ । ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୭୧ ଲକ୍ଷ ୭୩  ହଜାରରୁ ଅଧିକ ଥିବା ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories