www.samajalive.in
Monday, December 8, 2025
20.1 C
Bhubaneswar

ରାତିରେ ପିଅନ୍ତୁ ବାସ୍‌ ଏକ ଗ୍ଲାସ୍‌ ପାଣିରେ ୨ଟି ଲବଙ୍ଗ, ଦେଖନ୍ତୁ ଚମତ୍କାର..

ପ୍ରତ୍ୟେକଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ମଧ୍ୟରେ ଲବଙ୍ଗ ନିଶ୍ଚୟ ସାମିଲ ରହିଥାଏ । କେବଳ ଖାଦ୍ୟର ସ୍ୱାଦକୁ ଏହା ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆୟୁର୍ବେଦରେ ଲବଙ୍ଗକୁ ଜଡିବୁଟ୍ଟୀ ଭାବେ ବ୍ୟବହାର କରାଯାଏ । ଲବଙ୍ଗରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ମୁଖ୍ୟତଃ ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ଇ, ବି୬, କ୍ୟାଲସିୟମ, ମାଗ୍ନେସିୟମ, ପୋଟାସିୟମ, ଜିଙ୍କ୍‌, ଆଇରନ ଆଦି ରହିଛି । ଯାହା ଶରୀର ପାଇଁ ବେଶ ଲାଭଦାୟକ । ତେବେ ଏହାକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ସେବନ କଲେ ଏହାର ଔଷଧୀୟ ଗୁଣ ଅଧିକ ମିଳିବା ସହ ଶରୀରକୁ ନିରୋଗ ରଖିବାରେ ସହାୟକ ହେବ । ଜାଣନ୍ତୁ..

ଶୀତ ଦିନରେ ଅଧିକାଂଶ ସମୟରେ ଥଣ୍ଡା, କାଶ, ଗଳାରେ ଯନ୍ତ୍ରଣା, ଜ୍ୱର ଆଦି ହୋଇଥାଏ । ଏସବୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାତିରେ ଭୋଜନ ପରେ ଏକ ଚାମଚ ମହୁରେ ଅଳ୍ପ କିଛି ଲବଙ୍ଗ ଗୁଣ୍ଡ ମିଶାଇ ଏହାର ସେବନ କରନ୍ତୁ । ଏହା ଦ୍ୱାରା ଥଣ୍ଡା,କାଶ ଆଦି ସମସ୍ୟା ଦୂର ହୋଇଥାଏ । ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।

୧୦୦ ବର୍ଷ ପରେ ରାହୁ-ମଙ୍ଗଳଙ୍କ ଚଳନ ; ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ହେବ ଧନବର୍ଷା, ସୁଖମୟ ବୈବାହିକ ଜୀବନ..

- Advertisement -

କୋଷ୍ଠକାଠିନ୍ୟ, ଡାଇରିଆ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗକୁ ଉଷୁମ ପାଣିରେ ପକାଇ ଏହାର ସେବନ କରନ୍ତୁ । ଏହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।

ଦାନ୍ତ, ଦାନ୍ତ ମାଢି ଯନ୍ତ୍ରଣା ହେଉଥିଲେ ୨ଟି ଲବଙ୍ଗକୁ ନିୟମିତ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ । ଏହାଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ ।

ଦେଖନ୍ତୁ ଭିଡିଓ ; ଦୌଡି ପଳାଉଥିଲା ଚିତାବାଘ, ଲାଞ୍ଜ ଧରି ପକାଇଲେ ଯୁବକ, ଆଉ ତା’ପରେ..

ଲବଙ୍ଗ ରୋଗ ପ୍ରତିରୋଧକ କ୍ଷମତାକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ ନିୟମିତ ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଉଷୁମ ପାଣିରେ ୨ଟି ଲବଙ୍ଗ ପକାଇ ସେବନ କରନ୍ତୁ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories