www.samajalive.in
Monday, December 8, 2025
27.1 C
Bhubaneswar

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ନିର୍ଦେଶ ପରେ କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କୁ ଟିକେଟ ବାବଦ ଅର୍ଥ ଫେରସ୍ତ କରାଯିବା ସାଙ୍ଗକୁ ସେମାନଙ୍କ ଲଗେଜ ବି ଫେରସ୍ତ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ଅଟକି ରହିଥିବା ୯ ହଜାର ବ୍ୟାଗେଜରୁ ୪୫୦୦ ବ୍ୟାଗେଜ ଯାତ୍ରୀମାନଙ୍କୁ ଫେରସ୍ତ କରାଯାଇଛି। ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅବଶିଷ୍ଟ ବ୍ୟାଗେଜଗୁଡ଼ିକ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଯାତ୍ରୀମାନେ ଫେରସ୍ତ ପାଇବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୪ଦିନରୁ ଅଧିକ ସମୟ ଧରି ଇଣ୍ଡିଗୋ ବିମାନ କମ୍ପାନୀର ସର୍ଭର ସମସ୍ୟା ଯୋଗୁ ହଜାର ହଜାର ଉଡ଼ାଣ ବାତିଲ ହୋଇଛି। ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସମସ୍ୟା ସମାଧାନ କରି ଉଡ଼ାଣ ସ୍ବାଭାବିକ କରିବାକୁ ସରକାରଙ୍କ ପକ୍ଷରୁ କମ୍ପାନୀକୁ ନିର୍ଦେଶ ଦିଆଯାଇଥିବାବେ​‌ଳେ ତଦନ୍ତ ପାଇଁ ମଧ୍ୟ ଏକ କମିଟି ଗଠନ କରିଛି ଡିଜିସିଏ। କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବ। ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories