www.samajalive.in
Monday, December 8, 2025
27.1 C
Bhubaneswar

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ ଉପରେ ବିମାନ ଆକ୍ରମଣ ଆରମ୍ଭ କରିଛି । ଥାଇଲାଣ୍ଡ ସେନା ସୂଚନା ଦେଇଛି ଯେ , ସୋମବାର ସକାଳେ ଉବୋନ୍ ରାତ୍ଚାଥାନି ପ୍ରଦେଶରେ କମ୍ବୋଡିଆ ସୈନ୍ୟମାନେ ଥାଇଲାଣ୍ଡ ସୈନ୍ୟଙ୍କ ଉପରେ ଗୁଳି ଚଳାଇଥିଲେ । ଫଳରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଥିବା ଥାଇ ସେନା ମୁଖପାତ୍ର ୱିନ୍ଥାଇ ସୁଭାରି ଏକ ବିବୃତ୍ତିରେ କହିଛନ୍ତି । ଶ୍ରୀ ୱିନ୍ଥାଇ ଏହା ମଧ୍ୟ କହିଛନ୍ତି ଯେ ଥାଇଲ୍ୟାଣ୍ଡ, କମ୍ବୋଡିଆ ସୈନ୍ୟଙ୍କ ଆକ୍ରମଣକୁ ଦମନ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସାମରିକ ଲକ୍ଷ୍ୟସ୍ଥଳ ଉପରେ ବିମାନ ଆକ୍ରମଣ କରିଛି ।

କମ୍ବୋଡିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମାଲି ସୋଚେତା କହିଛନ୍ତି ଯେ ଥାଇ ସୈନ୍ୟମାନେ ସୋମବାର ସକାଳେ ସୀମାନ୍ତ ପ୍ରଦେଶ ପ୍ରିୟାହ ଭିହୟାର ଏବଂ ଓଡାର ମିଞ୍ଚେରେ କମ୍ବୋଡିଆ ସୈନ୍ୟଙ୍କ ଉପରେ ଆକ୍ରମଣ କରିଛନ୍ତି । ଥାଇଲ୍ୟାଣ୍ଡ “ତାମୋନ ଥମ୍ ମନ୍ଦିରରେ ଟ୍ୟାଙ୍କ ଆକ୍ରମଣ ସହ ଗୁଳିମାଡ଼ କରିଛି । ପ୍ରିୟାହ ଭିହୟାର ମନ୍ଦିର ନିକଟବର୍ତ୍ତୀ ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଓଡାର ମିଞ୍ଚେ ପ୍ରାଦେଶିକ ପ୍ରଶାସନର କମ୍ବୋଡିଆର ମୁଖପାତ୍ର କହିଛନ୍ତି ଯେ ଥାଇଲାଣ୍ଡ ର ଆକ୍ରମଣ ଫଳରେ ସୀମା ନିକଟରେ ରହୁଥିବା ଅନେକ ଗ୍ରାମବାସୀ ନିରାପଦ ସ୍ଥାନକୁ ପଳାୟନ କରୁଛନ୍ତି । ଥାଇଲ୍ୟାଣ୍ଡ କହିଛି ଆକ୍ରମଣ ପରେ କମ୍ବୋଡିଆ ସୀମାବର୍ତ୍ତୀ ଅଞ୍ଚଳରୁ ଥାଇଲ୍ୟାଣ୍ଡର ପ୍ରାୟ ୩୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

- Advertisement -

ଉଭୟ ପକ୍ଷ ଏକ ସଂକ୍ଷିପ୍ତ ସଂଘର୍ଷର ସୂଚନା ଦେଇଛନ୍ତି । ଜୁଲାଇ ସଂଘର୍ଷ ସମୟରେ ୪୮ ଜଣ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୩,୦୦,୦୦୦ ଅସ୍ଥାୟୀ ଭାବରେ ବିସ୍ଥାପିତ ହୋଇଥିଲେ । ଉଭୟ ପକ୍ଷରୁ ସେ ସମୟରେ ରକେଟ ଗୁଳି, ଭାରୀ ତୋପ ଏବଂ ବିମାନ ଆକ୍ରମଣ ବିନିମୟ ହୋଇଥିଲା । ଦକ୍ଷିଣ-ପୂର୍ବ ଏସୀୟ ଏହି ପଡ଼ୋଶୀ ଦେଶ ଦ୍ୱୟ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ସେମାନଙ୍କର ୮୧୭କିମି ସ୍ଥଳ ସୀମାରେ କିଛି ସ୍ଥାନ ପାଇଁ ସାର୍ବଭୌମତ୍ୱ ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି । ଯାହା ପ୍ରଥମେ ୧୯୦୭ ମସିହାରେ ଫ୍ରାନ୍ସ ଉପନିବେଶ ସମୟରେ ଆରମ୍ଭ ହୋଇଥିଲା ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories