ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ ଜିଲା ରାଜଗାଙ୍ଗପୁରରେ ଆତ୍ମାହୁତି ଉଦମ୍ୟ କରିଥିବା ଯୁକ୍ତ ତିନି ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗୁରୁତର ଛାତ୍ରୀ ରାଉରକେଲା ଆଇଜିଏଚରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେ ଆଖି ବୁଜିଛନ୍ତି । ନିଜ ଶରୀରରେ କିରୋସିନ ଢାଳି ନାବାଳିକା ଛାତ୍ରୀ ଜଣକ ନିଆଁ ଲଗାଇଦେଇଥିଲେ। ପୀଡିତାଙ୍କ ମୃତ୍ୟୁ ପରେ ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ଦାବି ପୂରଣର ପ୍ରତିଶ୍ରୁତି ପରେ ପରିବାର ଲୋକେ ଧାରଣାରୁ ଉଠିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପୀଡିତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
Popular Categories



