www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ ସେବା । ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଥିବା ଘଟଣା ଚିନ୍ତା ବଢାଇଛି । ଆଜି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଅଣତାରକା ପ୍ରଶ୍ନ କେଉଁ ଜିଲାରେ କେତେ ସଂଖ୍ୟାରେ ଡାକ୍ତର ପଦବୀ ଖାଲି ଅଛି ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ।

ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତ ପଦବୀ, ସେଥିରେ କାର୍ଯ୍ୟରତ ଡାକ୍ତର ଓ ଖାଲିଥିବା ପଦବୀ ସଂଖ୍ୟାର ଜିଲାୱାରୀ ବିବରଣୀ ଦେଇଛନ୍ତି । ମଞ୍ଜୁରୀପ୍ରାପ୍ତ ୧୫,୭୭୪ରୁ ଖାଲି ପଡିଛି ୯୫୦୩ ପଦବୀ । କାର୍ଯ୍ୟରତ ଅଛନ୍ତି ୬୨୭୧ଡାକ୍ତର, ଏମାନଙ୍କ ମଧ୍ୟରୁ ୧୧୩୫ଠିକା ନିଯୁକ୍ତି ପାଇଛନ୍ତି । ଆଡହକରେ ୧୯ଜଣ, ଡିଏମଏଫରେ ୧୧୦, କର୍ପସ ଫଣ୍ଡରେ ୪ଜଣ ଡାକ୍ତର ଅଛନ୍ତି । ସ୍ଥାୟୀ ନିଯୁକ୍ତି ଅଛନ୍ତି ମାତ୍ର ୫୦୦୩ଜଣ ଡାକ୍ତର । ୫୨୪୮ଡାକ୍ତର ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରାଯାଇଛି ।

- Advertisement -

ସରକାରୀ ମେଡିକାଲ କଲେଜରେ ପ୍ରାଧ୍ୟାପକ ମରୁଡି । ୪୨୧ଜଣ ପ୍ରାଧ୍ୟପକ, ସହକାରୀ ପ୍ରାଧ୍ୟାପକ ଓ ସହାୟକ ପ୍ରାଧ୍ୟାପକ ପଦବୀ ପୂରଣ କରିପାରି ନାହାଁନ୍ତି ସରକାର । ଖାଲିପଡିଥିବା ଡାକ୍ତର ପଦବୀ ଗୁଡିକୁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ୱାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories