www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଶୀର ଛନ୍ଦରେ ଛନ୍ଦାୟିତ ଓ ରଙ୍ଗାୟିତ ମୁକ୍ତାକାଶ ସାଂସ୍କୃତିକ ମଞ୍ଚ

ଭୁବନେଶ୍ୱର: ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଝଲସି ଉଠିଛି ମୁକ୍ତେଶ୍ୱର ମୁକ୍ତାକାଶ ସାଂସ୍କୃତିକ ମଞ୍ଚ।ଆଜି ଦ୍ୱିତୀୟ ଦିନର ପ୍ରଥମ ଚରଣରେ ଶିବ ବନ୍ଦନା ଉପସ୍ଥାପନ କରିଥିଲେ ସୁକାନ୍ତ କୁମାର କୁଣ୍ଡୁ ଓ ସାଥୀ ବୃନ୍ଦ। ତାପରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ କଲିକତା ନୃତ୍ୟ ଶିଳ୍ପୀ ଡ. ପମ୍ପି ପଲ୍, ଦ୍ଵେତ କଥକ ନୃତ୍ୟ ପରିବେଷଣ କରିଥିଲେ ବେଙ୍ଗାଲୁରରୁ ଆସିଥିବା ନୃତ୍ୟଶିଳ୍ପୀ ନିରୁପମା ଓ ରାଜେନ୍ଦ୍ର ଏବଂ ପରିଶେଷରେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଶାଶ୍ୱତ ଯୋଶୀ ଓ ସାଥିଗଣ।

ଭରପୁର ଦର୍ଶକରେ ମୁକ୍ତେଶ୍ଵର ପ୍ରାଙ୍ଗଣ ରଙ୍ଗାୟିତ ଏବଂ ଛନ୍ଦାୟିତ ହେଉଥିଲା। ଏହି ଉତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା ନୃତ୍ୟ ସହିତ ଚିତ୍ରକଳାର ଯୁଗଳବନ୍ଦୀ। ଏହି ଯୁଗଳବନ୍ଦୀର ମୁଖ୍ୟ ନାୟକ ଥିଲେ ଓଡ଼ିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ମାନସ ଜେନା। ଆଜି ଦ୍ୱିତୀୟ ଦିନର ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ପ୍ରଖ୍ୟାତ ଚଳଚିତ୍ର ବ୍ୟକ୍ତିତ୍ଵ ସବ୍ୟସାଚୀ ମହାପାତ୍ର ଓ ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories