୩ଦିନ ପରେ କମିବ ଶୀତ, ବଢିବ ତାପମାତ୍ରା : ଘନ କୁହୁଡି ନେଇ ସତର୍କତା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି। ଗତ ଦୁଇଦିନ ହେଲା ରାତି ତାପମାତ୍ରା ବଢ଼ିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ; ପରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଫଳରେ ଶୀତ ପ୍ରକୋପ ଆହୁରି କମିବ। ଆଗାମୀ ୩ ଦିନ ଯାଏଁ କେତେକ ଜିଲାରେ କୁହୁଡ଼ି ପଡ଼ିବ। ଆଜି ସକାଳେ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଛି। । ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିଛି।

Comments are closed.