www.samajalive.in
Saturday, December 6, 2025
16.1 C
Bhubaneswar

୧୨ ବର୍ଷ ପରେ.. ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, ହେବ ବିବାହ..

ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିବା ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅନେକ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ୧୪ ଜାନୁଆରୀ ସୂର୍ଯ୍ୟ ଶନିଙ୍କ ରାଶି ମକର ରାଶିରେ ଚଳନ କରିବେ । ଏହି ଚଳନ ଫଳରେ ମହତ୍ତ୍ୱକାଂକ୍ଷା, କର୍ମକ୍ଷେତ୍ରରେ ଓ ଆର୍ଥିକ କ୍ଷେତ୍ରରେ ଜବରଦସ୍ତ ଲାଭ ହେବ । ଦୀର୍ଘ ୧୨ ବର୍ଷ ପରେ ସୂର୍ଯ୍ୟ ଓ ଗୁରୁଙ୍କର ନବମ ପଞ୍ଚମ ଯୋଗ ସୃଷ୍ଟି ହେବ । ଏହି ସମୟରେ ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ ସହ ଅନେକ ଶୁଭ ପରିବର୍ତ୍ତନ ଆଣିବ । କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ଆଣିବ। ଏହି ଶୁଭ ସଂଯୋଗ ଫଳରେ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିବ। ଜାଣନ୍ତୁ ୧୨ ରାଶିଙ୍କ ଉପରେ ମକର ସଂକ୍ରାନ୍ତିର ଏହି ଶୁଭ ସଂଯୋଗ ଫଳରେ କି ପ୍ରଭାବ ପଡିବ, କେଉଁ ରାଶି ହେବେ ଭାଗ୍ୟଶାଳୀ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନୁଶାସନ ଓ ପରିଶ୍ରମ କରିବାକୁ ପ୍ରେରଣା ଦେବ । କର୍ମକ୍ଷେତ୍ରରେ ନୂଆ ନୂଆ ଦାୟିତ୍ୱ ମିଳିବ । ବ୍ୟବସାୟୀଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ପେଟ ଓ ଦାନ୍ତ ଜନିତ କିଛି ସମସ୍ୟା ହୋଇପାରେ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଗାଡି ଚଲାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ପରିବାରରେ ହସଖୁସିର ବାତାବରଣ ରହିବ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମାନସିକ ଶାନ୍ତି ଅନୁଭବ ହେବ । ଦୀର୍ଘ ଦିନରୁ ଚାଲିଥିବା ସମସ୍ୟା ଦୂର ହେବ । ଜାନୁଆରୀ ଶେଷ ସପ୍ତାହରେ କର୍ମକ୍ଷେତ୍ର ସହ ଜଡିତ ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଟଙ୍କା ନିବେଶ କରି ଭବିଷ୍ୟତରେ ଲାଭ ପାଇବେ । ପୁରୁଣା କରଜରୁ ମୁକ୍ତି ମିଳିବ । ପରିବାର ସହ ଧାର୍ମିକ ଯାତ୍ରାର ଯୋଗ ରହିଛି ।

ମିଥୁନ – ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଶୁଭଙ୍କର । ପରିଶ୍ରମ କରିବା ସହ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟୀ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ମଧୁମେହ ରୋଗୀ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ – ଏହି ରାଶିଙ୍କୁ ଆରମ୍ଭରେ ସାମାନ୍ୟ ସମସ୍ୟା ହୋଇପାରେ । ମାତ୍ର ଧିରେ ଧିରେ ପରିସ୍ଥିତିରେ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ ପରିଶ୍ରମ ଓ ଧୈର୍ଯ୍ୟର ଆବଶ୍ୟକତା ରହିଛି ।ଧାର୍ମିକ ଯାତ୍ରାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ହାଡ ଜନିତ ସମସ୍ୟା ହୋଇପାରେ।

ସିଂହ – ଏହି ରାଶିଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ବିଶେଷ ପ୍ରଭାବଶାଳୀ ରହିବ। କାରଣ ଏହି ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଗ୍ରହ । କର୍ମକ୍ଷେତ୍ରରେ ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । ପୁରୁଣା ରୋଗରୁ ମୁକ୍ତି ମିଳିବ । ନିୟମିତ ଯୋଗ ଓ ଧ୍ୟାନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପ୍ରେରଣା ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ରହିଛି । ଦାନ୍ତ ଜନିତ ସମସ୍ୟା ହୋଇପାରେ।

ତୁଳା – କର୍ମକ୍ଷେତ୍ରରେ ସାବଧାନତାର ସହ କାମ କରନ୍ତୁ। ବ୍ୟବସାୟରେ ଅଧିକ ବିନି ଯୋଗ ପୂର୍ବରୁ ଧ୍ୟାନ ଦିଅନ୍ତୁ। ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ କର୍ମକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ନୂଆ ଦିଗ ପ୍ରଦାନ କରିବ । ନୂଆ ଚାକିରି ମିଳିବାର ଯୋଗ ରହିଛି। ବ୍ୟବସାୟୀଙ୍କ ସହ ଉତ୍ତମ ସମ୍ପର୍କ ରଖନ୍ତୁ । ନିଜର ସନ୍ତୁଳିତ ଖାଦ୍ୟ ଓ ଦୈନନ୍ଦିନ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷ ନିଜର ବାଣୀ ଓ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କର ପଦନ୍ନୋତିର ଯୋଗ ରହିଛି । ଅସହାୟଙ୍କୁ ଦାନ କରିବା ଦ୍ୱାରା ଶୁଭଫଳ ମିଳିବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।

ମକର- କର୍ମକ୍ଷେତ୍ରରେ ନୂଆ ନୂଆ ଦାୟିତ୍ୱ ମିଳିବ। ବ୍ୟବସାୟୀଙ୍କୁ ଖୁବ୍‌ ଲାଭ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଘରର ଗୁରୁଜନଙ୍କ ଆଶୀର୍ବାଦରେ ମାନସିକ ଶାନ୍ତି ମିଳିବ।

କୁମ୍ଭ – ଏହି ରାଶିଙ୍କୁ ବିଦେଶରେ ଚାକିରି ଓ ବ୍ୟବସାୟ କରିବାର ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାନସିକ ଶାନ୍ତି ପାଇଁ ନିୟମିତ ଯୋଗ ଓ ଧ୍ୟାନ କରନ୍ତୁ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ୱ ମିଳିବ । ବ୍ୟବସାୟୀ ବର୍ଗ ନିଜର ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories