www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରବାସୀ ଭାରତୀୟ ସମ୍ମିଳନୀ ଏକ ପାରିବାରିକ ପୁନର୍ମିଳନ: ଜୟଶଙ୍କର

ସମାଜ ଡିଜିଟାଲ ଡେସ୍କ: ପ୍ରବାସୀ ଭାରତୀୟ ସମ୍ମିଳନୀ ଏକ ପାରିବାରିକ ପୁନର୍ମିଳନ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସମ୍ମିଳନୀର ୨ୟ ଦିନରେ ଜୟଶଙ୍କର ଯୋଗଦେଇ କହିଥିଲେ, ପ୍ରବାସୀଙ୍କ ପତ୍ୟେକ ସଫଳତା ଆମକୁ ଗର୍ବିତ କରେ। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ବାଲିଯାତ୍ରା ଏହାର ଏକ ଉଦାହରଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ପ୍ରବାସୀ ଭାରତୀୟ ଟ୍ରେନର ଶୁଭାରମ୍ଭ କରିଥିଲେ। ତ୍ରିନିଦାଦ ରାଷ୍ଟ୍ରପତି ଖ୍ରୀଷ୍ଟିନ କାର୍ଲା କାଙ୍ଗାଲୁ ସମ୍ମିଳନୀରେ ଯୋଗଦେଇ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଥିଲେ।

- Advertisement -

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଯୋଗଦେଇ ଉଦବୋଧନ ଦେଇଥିଲେ। ସେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ପ୍ରବାସୀମାନଙ୍କୁ ଆହ୍ବାନ କରିଥିଲେ। ପ୍ରବାସୀମାନେ ଓଡ଼ିଶାର ବିକାଶରେ ସାମିଲ ହୁଅନ୍ତୁ ବୋଲି ମୋହନ କହିଥିଲେ। ବ୍ୟବସାୟ ପାଇଁ ଓଡ଼ିଶା ସବୁଠୁ ଉପଯୁକ୍ତ ସ୍ଥାନ। ଏଠାରେ ବହୁ ସୁଯୋଗ ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ସମୟରେ ପୂର୍ବୋଦୟ ମିଶନରେ ଓଡ଼ିଶା ଫୋକସରେ ରହିଛି। ମୋଦୀଙ୍କ ନେତୃତ୍ଵରେ ଓଡ଼ିଶାର ବିକାଶ ଦ୍ରୁତଗତିରେ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ମନ୍ତ୍ରୀ, ସାଂସଦମାନେ ଯୋଗଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories