www.samajalive.in
Saturday, December 6, 2025
15.1 C
Bhubaneswar

ଟୋକନ ଥାଇ ଧାନ ବିକ୍ରି ପାଇଁ ଚାଷୀ ହନ୍ତସନ୍ତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପେକ୍ସ ଓ ମାର୍କେଟ କର୍ମଚାରୀଙ୍କ ମନମାନି ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରୟ କରି ପାରିବେ ସେଥିପାଇଁ ଖୋଲା ଯାଇଛି ବିଭିନ୍ନ ମଣ୍ଡି। ହେଲେ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ମାର୍କେଟ କର୍ମଚାରୀଙ୍କ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ।

୧୨ ବର୍ଷ ପରେ.. ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, ହେବ ବିବାହ..

- Advertisement -

ଏପରି ଜଣେ ଚାଷୀ ନିଜର ଧାନ ବିକ୍ରି ପାଇଁ ଦୀର୍ଘ ୨୦ ଦିନ ହେଲା ହନ୍ତସନ୍ତ ହେଉଥିବା ନଜରକୁ ଆସିଛି । ଚାଷୀ ଜଣକ ହେଉଛନ୍ତି ଅତାବିରା ବ୍ଲକ ଜାମ ଟିକ୍ରାର ଦୟାସାଗର ପ୍ରଧାନ। ୨୦ ଦିନରୁ ଉର୍ଦ୍ଧ୍ବ ହେଲା ସେ ମାର୍କେଟରେ ୧୮୨ ପ୍ୟାକେଟ ଧାନ ପକାଇଛନ୍ତି। ସେ ଜାନୁଆରୀ ୨ ତାରିଖରୁ ଟୋକନ ପାଇଛନ୍ତି। କିନ୍ତୁ ଆଜି ଯାଏଁ ତାଙ୍କ ଧାନ ଉଠୁନି। ତାଙ୍କର ଧାନ ଦୀର୍ଘ ଦିନ ହେଲା ବିକ୍ରୟ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଧାନ ନ ଉଠିବାରୁ ସେ ସମ୍ପାଦକଙ୍କ ସହ ଅନେକ ଥର ସାକ୍ଷାତ କରି କାକୁତି ମିନତି କରିଥିଲେ। ତଥାପି କିଛି ସୁଫଳ ପାଇ ନଥିଲେ ।
ତେଣୁ ସେ ଗଣ ମାଧ୍ୟମକୁ ତାଙ୍କର ସମସ୍ୟା କହିଥିଲେ।
ଧାନ ଉଠିବା ପାଇଁ ନୟାନ୍ତ ହୋଇ ଚାଷୀ ପୁଣି ୧୧ କିଲୋମିଟର ଦୂରରେ ଥିବା ପେକ୍ସକୁ ଯାଇ ପୁଣି ଥରେ କାକୁତି ମିନତି କରିଥିଲେ। କିନ୍ତୁ ପୁଣି ନିରାଶ ହୋଇ ଫେରି ଶେଷରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories