www.samajalive.in
Monday, December 15, 2025
17.1 C
Bhubaneswar

ଓଡ଼ିଶାରେ ପୁଞ୍ଜିନିବେଶ ହିଁ ଭବିଷ୍ୟତ ପାଇଁ ନିବେଶ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପରିପ୍ରେକ୍ଷୀରେ ଆଜି ‘ଓଡ଼ିଶାରେ ନିବେଶ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପ୍ରଭୁ ଶ୍ରୀଜଗନ୍ନାଥ ଓ ଅପାର ସମ୍ଭାବନାର ଭୂମି ଭାବରେ ଅଭିହିତ କରି ସ୍ବତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ସମୃଦ୍ଧ ଓଡ଼ିଶା ୨୦୩୬ର ଲକ୍ଷ୍ୟ ଉପସ୍ଥାପିତ କରିଥିଲେ। ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ, ଶାନ୍ତ ଓ ଶୃଙ୍ଖଳିତ ପରିବେଶ ଏବଂ ସଡ଼କ ତଥା ରେଳ ସଂଯୋଗୀକରଣ ନିବେଶକମାନଙ୍କୁ ଆକୃଷ୍ଟ କରୁଛି। ରାଜ୍ୟରେ ଅକ୍ଷୟ ଶକ୍ତି, ଅଟୋମୋବାଇଲ, ବାୟୋ-ଟେକ୍ନୋଲୋଜି, ଫାର୍ମାସ୍ୱିଟିକାଲସ୍ ଓ ଡାଟା ସେଣ୍ଟର ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବାବେଳେ ପୁଞ୍ଜିନିବେଶ ପାଇଁ ଅନୁକୂଳ ନୀତି ରହିଛି।

- Advertisement -

ତେଣୁ ଓଡ଼ିଶାରେ ପୁଞ୍ଜିନିବେଶ ହିଁ ଭବିଷ୍ୟତ ପାଇଁ ନିବେଶ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ଓଡ଼ିଶାର ବିକାଶ ଓ ଓଡିଶାବାସୀଙ୍କ ହିତ ପାଇଁ ପ୍ରବାସୀ ଭାରତୀୟମାନେ ଅବଦାନ ପ୍ରକଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିରେ ପାଦଦେଇ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି ବୋଲି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ପ୍ରବାସୀ ଭାରତୀୟମାନଙ୍କୁ ବିଶ୍ବରେ ଭାରତର ପ୍ରତିନିଧି ବୋଲି ଉଲ୍ଲେଖ କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେଡ (ବାଣିଜ୍ୟ), ଟେକ୍ନୋଲୋଜି (କାରିଗରୀ) ଓ ଟୁରିଜିମ (ପର୍ଯ୍ୟଟନ) ଉପରେ ଗୁରୁତ୍ବ ଦେଉଥିବା ଦର୍ଶାଇ ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ, ନିଯୁକ୍ତି ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ଏପରି ଆୟୋଜନ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ କ୍ରମେ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇ ପାରିବ। କେନ୍ଦ୍ର ସରକାରଙ୍କର ‘ପୂର୍ବୋଦୟ ଅଭିଯାନ’ରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଥିବା ବେଳେ ସାମଗ୍ରିକ ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ଡ. ଜୟଶଙ୍କର କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶାକୁ ବିଶ୍ବ ଶିଳ୍ପ-ଶୃଙ୍ଖଳରେ ସାମିଲ କରିବା ନିମନ୍ତେ ସମସ୍ତ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଥିଲେ। ପୂର୍ବ ଭାରତରେ ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣ ହବ ରୂପେ ପ୍ରତିଷ୍ଠିତ କରିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ବୋଲି ଦର୍ଶାଇ ଶ୍ରୀ ଆହୁଜା ଶିଳ୍ପ, ବୈଷୟିକ ଶିକ୍ଷାନୁଷ୍ଠାନ, ଖଣିଜ ସମ୍ପଦ, ବିଶ୍ବସ୍ତରୀୟ ଦକ୍ଷତା କେନ୍ଦ୍ର, ଇଜ ଅଫ ଡୁଇଂ ବିଜିନେସ୍, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ, କେମିକାଲସ୍ ଓ ପେଟ୍ରୋ-କେମିକାଲସ୍ ଇତ୍ୟାଦି କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଚିତ୍ର ଉପସ୍ଥାପନ କରିଥିଲେ।

ବହୁ ନିବେଶକ, ଉଦ୍ୟୋଗୀ ଓ ଅଂଶୀଦାର ସମବେତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇପିକଲର ପରିଚାଳନା ନିର୍ଦେଶକ ଭୁପିନ୍ଦର ସିଂହ ପୁନିୟା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories