www.samajalive.in
Monday, December 15, 2025
24.1 C
Bhubaneswar

କନ୍ଧମାଳରେ କୁମ୍ବିଂବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ

ଫୁଲବାଣୀ: କୁମ୍ବିଂବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିବାବେଳେ ସିଆରପିଏଫ ଏବଂ ଏସଓଜି ମାଓ କ୍ୟାମ୍ପ ସହ ଆଇଇଡି ଠାବ କରିଛନ୍ତି। ମାଓ କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କେକେବିଏନ ସଂଗଠନର ୧୫ରୁ ଅଧିକ ସସସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ମଧ୍ୟ କୁମ୍ବିଂ ଅପରେସନ ଜାରି ରହିଛି ବୋଲି କନ୍ଧମାଳ ଏସପି ହରିଶ ବି.ସି ପ୍ରକାଶ କରିଛନ୍ତି।

କନ୍ଧମାଳ ମାରଦୁଲି ଜଙ୍ଗଲରେ କୁମ୍ବିଂବେଳେ ଟଳିଗଲା ବିପଦ। ସିଆରପିଏଫ ଏବଂ ଏସଓଜ କୁମ୍ବିଂ ଅପରେସନ ଚଳାଇଥିବାବେଳେ ୨ଟି ଆଇଇଡିକୁ ବୋମା ନିଷ୍କ୍ରିୟକାରୀ ଟିମ ନିଷ୍କ୍ରିୟ କରିଛନ୍ତି। ଫଳରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରୁ ଯବାନମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତିି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories