www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣବେଳେ ଗଲା ଜୀବନ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ପଞ୍ଚାୟତ ସାଲେଡିଗ୍ରୀ ଗ୍ରାମରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଗ୍ରାମର ଉତ୍ସବ ପୋଢ଼(୨୨) ବୋଲି ଜଣାପଡ଼ିଛି।

ସୂଚନାରୁ ପ୍ରକାଶ ଯେ, ଗ୍ରାମର ଅକ୍ଷୟ ପୋଢ଼ଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଛାତ ଉପରେ ମୃତକ ଉତ୍ସବ ଏବଂ ମକରନ୍ଦ କାମ କରୁଥିଲେ। ଛାତ ଉପରକୁ ଲୁହା ଛଡ଼ ଟାଣୁଥିବାବେଳେ ଉପରେ ଟଣାଯାଇଥିବା ତାର ସଂସ୍ପର୍ଶରେ ଆସି ଉଭୟେ ଗୁରୁତର ହୋଇ ପଡ଼ିଥିଲେ। ଉଭୟଙ୍କୁ ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ଉତ୍ସବଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟତମ ଆହତ ମକରନ୍ଦଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ବଲାଙ୍ଗିର ଡାକ୍ତରଖାନା ତାଙ୍କୁ ବୁର୍ଲା ଭିଏସଏସ ଡାକ୍ତରଖାନା ଏବଂ ବୁର୍ଲା ଡାକ୍ତରଖାନା କଟକକୁ ସ୍ଥାନାନ୍ତର କରିବା ପରେ ପରିବାର ଲୋକେ ବ୍ୟକ୍ତିଗତ ଭାବେ ଆମ୍ବୁଲାନ୍ସ ଯୋଗାଡ଼ କରି ମକରନ୍ଦଙ୍କୁ ଛତିଶଗଡ଼ର ରାୟପୁରକୁ ନେଇ ଯାଇଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories