www.samajalive.in
Sunday, December 14, 2025
23.1 C
Bhubaneswar

ଅଚଳ ହୋଇ ପଡ଼ିଛି ଲକ୍ଷ୍ମୀ ବସ୍‌‌, ଯାତ୍ରୀ ହଇରାଣ

କଲମପୁର: ବର୍ଷକ ତଳେ ପୂର୍ବ ସରକାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ପରିବହନ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍‌‌ ସେବା। ଏହି ସେବା ମାଧ୍ୟମରେ ପଞ୍ଚାୟତରୁ ବ୍ଲକ ଏବଂ ବ୍ଲକରୁ ଜିଲ୍ଲା ସଦର ମହାକୁମାକୁ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଥିଲା। ଏହାଦ୍ୱାରା ବିଶେଷ କରି ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ମହିଳାଙ୍କ ପାଇଁ ସୁଲଭ ମୂଲ୍ୟରେ ଏହି ସେବା ଯୋଗାଇ ଦିଆଯାଉଛି। କିନ୍ତୁ ପରିତାପର ବିଷୟ ନୂଆ ସରକାର ଶାସନ କ୍ଷମତାକୁ ଆସିବା ପରେ ଅନେକ ସମୟରେ ବସ୍‌‌ ସବୁ ଅଚଳ ହୋଇ ପଡୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି।

କଲମପୁର ବ୍ଲକର ୧୧ ଗୋଟି ପଞ୍ଚାୟତର ଲୋକଙ୍କ ପାଇଁ ୨ ଗୋଟି ବସ୍‌‌ ଯୋଗାଇ ଦିଆଯାଇଛି। ଗୋଟିଏ ବସ୍‌‌ କଲମପୁରଠାରୁ ଦେପୁର ମଧ୍ୟ ଦେଇ ମୀନଗୁର, ମଣ୍ଡଳ, ନୂଆଗାଁ ଏବଂ କୋଟାଗାଁ ମଧ୍ୟରେ ଯାତାୟତ କରୁଛି। ଏହି ବସ୍‌ଟି ଦୀର୍ଘ ଏକ ସପ୍ତାହ ହେବ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଚଳ ହୋଇ ପଡ଼ିଛି। ଯେଉଁଥିପାଇଁ ଗ୍ରାମାଞ୍ଚଳ ପରିବହନ ସେବାରେ ଏବେ ବ୍ୟାଘାତ ଘଟିଛି। ଏହି ବସ୍‌ର ପରିଚାଳନା ଏବଂ ମରାମତି ଦାୟିତ୍ୱରେ ଚାର୍ଟେଡ ସ୍ପିଡ୍ ଲିମିଟେଡ ରହିଛି। କିନ୍ତୁ ଉକ୍ତ ସଂସ୍ଥାର ଅବହେଳା ଯୋଗୁଁଁ ବସ୍‌ଟି ଅଚଳ ହୋଇ ପଡ଼ିରହିଛି। ବାରମ୍ବାର ଅନୁରୋଧ ସତ୍ବେ ବସ୍‌ର ମରାମତି ହୋଇପାରିନାହିଁ। ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦିଆନଗଲେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ନୂଆଗାଁ ସରପଞ୍ଚ ସୁଶାନ୍ତ ମାଝୀ ଏବଂ ଦେପୁର ସରପଞ୍ଚ ଟ୍ବିଙ୍କଲ ପାତ୍ର ପ୍ରମୁଖ ଚେତବାନୀ ଦେଇଛନ୍ତି। ଅନ୍ୟପଟେ ବ୍ଲକ ସଦର ମହାକୁମାଠାରୁ ଜିଲ୍ଲା ସଦର ମହାକୂମାକୁ ଯୋଡ଼ିବା ପାଇଁ ଶୀତ ତାପ ନିୟନ୍ତ୍ରିତ ବସ୍ ସେବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଏପରିକି କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ଏବଂ ଗୋଲାମୁଣ୍ଡାଠାରୁ ଭବାନିପାଟଣା ପର୍ଯ୍ୟନ୍ତ ବସ୍‌‌ ଚଳାଚଳ କରୁଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟ ୧୧ଟୋଟି ବ୍ଲକରୁ ଏହି ବସ ସେବା ଯୋଗାଇବାର ଆଶା ବାନ୍ଧିଥିଲେ ସାଧାରଣ ଜନତା। କିନ୍ତୁ ସରକାର ବଦଳିବାର କିଛି ମାସ ପରେ ଉଭୟ ଥୁଆମୁଳ ରାମପୁର ଏବଂ ଗୋଲାମୁଣ୍ଡା ବ୍ଲକରୁ ଜିଲ୍ଲା ସଦର ମହାକୁମାକୁ ସଂଯୋଗ ହେଇଥିବା ଶୀତ ତାପ ନିୟନ୍ତ୍ରୀତ ବସ ସେବା ପ୍ରତ୍ୟାହାର କରାଗଲା। କାହା ଚାପରେ ଏହି ବସ୍‌‌ ସେବା ପ୍ରତ୍ୟାହାର କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories