ରାୟଗଡା ରେଳ ଡିଭିଜନର ନୂଆ ଡିଆରଏମ ହେଲେ ଅମିତାଭ ସିଙ୍ଗାଲ

୧୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନୂତନ ଡିଆରଏମ କୋଠା

ରାୟଗଡ଼ା: ରାୟଗଡା ରେଳ ଡିଭିଜନର ନୂଆ ଡିଆରଏମ ହେଲେ ଅମିତାଭ ସିଙ୍ଗାଲ। ପୂର୍ବତଟ ରେଳପଥ ଅଧିନରେ ନୂତନ ରାୟଗଡ଼ା ରେଳ ଡିଭିଜନ ଶିଳାନ୍ୟାସର ୨୪ ଘଣ୍ଟା ମଧ୍ୟରେ ନୂଆ ଡିଆରଏମ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ରେଳ ମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ରେଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ।ଅମିତାଭ ସିଙ୍ଗାଲ ଏବେ ସାଉଥ୍ କୋଷ୍ଟ ରେଲୱେର ଡିଆରଏମ ଅଛନ୍ତି । ତାଙ୍କୁ ସେଠାରୁ ରାୟଗଡାର ନୂତନ ଡିଆରଏମ ଭାବେ ବଦଳି କରାଯାଇଛି।

prayash

ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରଣାଳୟର ତ୍ୱରିତ ପଦକ୍ଷେପକୁ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ଓ କଳାହାଣ୍ଡି ସାଂସଦ କୃତଜ୍ଞତା ଜଣାଇଛନ୍ତି । ସେଭଳି ଜିଲା ସଭାପତି ଶିବ ପଟ୍ଟନାୟକ, ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ଉପସଭାପତି ପଦ୍ମନାଭ ଦାସ, ଶିବାଜୀ ଦାସ ପ୍ରମୁଖ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୧୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ନୂତନ ଡିଆରଏମ କୋଠାର କାମ ତ୍ବରାନ୍ବିତ ହେବ ବୋଲି ସେମାନେ କହିଛନ୍ତି। ସୋମବାର ଆଭାସୀ ମାଧ୍ୟମରେ ରାୟଗଡ଼ା ରେଳ ଡିଭିଜନର ଭିତ୍ତିଭୂମି ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାୟଗଡା ରେଳମଣ୍ଡଳ ହେବା ଦ୍ବାରା ଦକ୍ଷିଣ ଓଡିଶାର ରେଳ ଭିତ୍ତିଭୂମି ଓ ଅର୍ଥନୀତିରେ ଉନ୍ନତି ଆସିବ ବୋଲି କୁହାଯାଇଛି।

Comments are closed.