କୋଇଡ଼ା: ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ବରସୁଆଁ ସେଲ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇ ଚଢ଼ାଉ କରିଛି। ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀ ସରୋଜ ପଟ୍ଟନାୟକ ଓ ସୁନନ୍ଦ ପରିଡ଼ାଙ୍କ କ୍ୱାର୍ଟର୍ସରେ ଚାଲିଛି ସିବିଆଇ ଚଢ଼ାଉ ଜାରି ରଖିଛି। ଉଚ୍ଚ ମାନର ଲୁହା ପଥରକୁ ନିମ୍ନ ମାନର ଦର୍ଶାଇ ବିକିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ୨୦୨୪ ସେପ୍ଟେମ୍ବରରେ ଟେନ୍ସାସ୍ଥିତ ମାଇନ୍ସ ଅଫିସରେ ଚଢ଼ାଉ ହୋଇଥିଲା ଏବଂ ‘ସେଲ’ର ଭିଜିଲାନ୍ସ ଟିମ ଯାଞ୍ଚ ପରେ ମାମଲା ସିବିଆଇକୁ ଯାଇଥିଲା।
Popular Categories



