www.samajalive.in
Sunday, December 14, 2025
23.1 C
Bhubaneswar

୬ ବର୍ଷର ଭକ୍ତ, ୫୫ ଦିନର ଯାତ୍ରା.. ୧୦୦୦ କିମି ଦୌଡ଼ି ଅଯୋଧ୍ୟାରେ ପହଞ୍ଚିଲେ ମୋହବତ

ସମାଜ ଡିଜିଟାଲ ଡେସ୍କ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଏକ ନିଆରା କାର୍ଯ୍ୟ କରି ଇତିହାସ ରଚିଛନ୍ତି ଜଣେ ୬ ବର୍ଷୀୟ ବାଳକ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପଞ୍ଜାବର ୬ ବର୍ଷୀୟ ମୋହବତ୍ ରାମ ଦର୍ଶନ ପାଇଁ ଘରୁ ଚାଲି ଚାଲି ୧୦୦୦ କିମି ଦୂରତା ଅତିକ୍ରମ କରି ଆସି ଅଯୋଧ୍ୟାରେ ପହଞ୍ଚିଛି। ଏହି ବାଳକ ବିଷୟରେ ଜାଣିବା ପରେ ଲୋକେ କହୁଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କର ଅନେକ ଭକ୍ତ ଅଛନ୍ତି, କିନ୍ତୁ ମୋହବତ୍ ପରି କେହି ନାହିଁ।

ପଞ୍ଜାବର ଫାଜିଲ୍କା ଜିଲା ନିବାସୀ ୬ ବର୍ଷିୟ ମୋହବତ୍ ଲଗାତର ୫୫ ଦିନ ଧରି ଚାଲୁଥିଲେ। ମଝିରେ ମଝିରେ ମଧ୍ୟ ଦୌଡ଼ୁଥିଲେ। ମୋହବତ୍‌ ଶପଥ ନେଇଥିଲେ ଯେ, ସେ ପାଦରେ ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିବେ ଏବଂ ଭଗବାନ ଶ୍ରୀରାମଙ୍କୁ ଦର୍ଶନ କରିବେ। ଏହି ବାଳକର ବିଶ୍ୱାସ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫାଜିଲ୍କାରୁ ଅଯୋଧ୍ୟାର ଦୂରତା ପ୍ରାୟ ୧ ହଜାର କିଲୋମିଟର। ଏହି ଦୂରତା ଅତିକ୍ରମ କରିବାକୁ ମୋହବତଙ୍କୁ ୫୫ ଦିନ ଲାଗିଛି। ଅଯୋଧ୍ୟା ପହଞ୍ଚିବା ପରେ ମୋହବତ୍ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି ଏବଂ ପୂଜା ମଧ୍ୟ କରିଛନ୍ତି।

- Advertisement -

ମୋହବତଙ୍କ ୫୫ ଦିନର କଠିନ ପରିଶ୍ରମ ଅଯୋଧ୍ୟାରେ ପହଞ୍ଚି ସଫଳ ହୋଇଛି। ତେବେ ଜାନୁଆରୀ ୧୧ ତାରିଖ ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ଏବଂ ମୁଖ୍ୟମନ୍ତ୍ରୀ ମୋହବତଙ୍କୁ ସ୍ଵାଗତ କରିବେ ବୋଲି ଆଶା କରାଯାଉଛି।

 

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories