ଦେଖନ୍ତୁ ଦନ୍ତା ହାତୀର ସ୍ନେହ, ଫେରାଇଦେଲା କୁନି ଝିଅର ଜୋତା

ଡେସ୍କ: କେବଳ ଭାରତ ନୁହେଁ, ସାରା ବିଶ୍ୱରେ ହାତୀ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ମଣିଷ-ହାତୀ ଲଢେଇ ମଧ୍ୟରେ ଯଦିଓ ମଣିଷ ଜିତୁଛି କିନ୍ତୁ ବର୍ଷ ପରେ ବର୍ଷ ଅନେକ ସଂଖ୍ୟକ ହାତୀ ମୃତ୍ୟୁବରଣ କରୁଛନ୍ତି। ଆମ ଦେଶରେ ହାତୀମାନଙ୍କ ପାଇଁ ଅନେକ ଭୟ କାରଣ ଜଙ୍ଗଲ ପରିସୀମା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ହାତୀମାନଙ୍କ ପାଇଁ ଖାଦ୍ୟାଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ସେମାନଙ୍କ ମୁକ୍ତ ବିଚରଣ ମଧ୍ୟ ପ୍ରମୁଖ ସମସ୍ୟା ପାଲଟିଛି।

prayash


ଏସବୁ କାରଣ ଯୋଗୁ, ହାତୀ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ଜନବସତି ମଧ୍ୟକୁ ପ୍ରବେଶ କରିବା ଏବେ ସାଧାରଣ ଘଟଣା ହୋଇଗଲାଣି। ତେବେ ଏମିତି କିଛି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ବି କହିବେ, ଶତ୍ରୁ ନୁହେଁ, ହାତୀ ହେଉଛି ଆମର ବନ୍ଧୁ ଭଳି। କୁହାଯାଏ ମଣିଷ ଭଳି ହାତୀର ବି ବିଚାର ଶକ୍ତି ଅଛି ଓ ସେ ଭଲ ମନ୍ଦ ବୁଝିପାରେ। ଆମେ ଭାବୁ ଯେ ଦନ୍ତା ହାତୀ ବହୁତ ହିଂସ୍ର ଓ ସେ ମଣିଷ ମାନଙ୍କ ପ୍ରତି ଶତ୍ରୁତା ଆଚରଣ କରିଥାଏ। କିନ୍ତୁ ତାହା ଶତ ପ୍ରତିଶତ ଠିକ ନୁହେଁ।

ଚୀନର ଏକ ହସ୍ତୀ ଥଇଥାନ କେନ୍ଦ୍ରରେ ଦନ୍ତା ହାତୀଟିକୁ କଡ଼ି ପକାଯାଇ ରଖାଯାଇଛି ଓ ଚାରିପଟେ ଶକ୍ତ ବାଡ଼ ମଧ୍ୟ ଦିଆଯାଇଛି। କିନ୍ତୁ ବନ୍ଦୀ ଅବସ୍ଥାରେ ରହି ମଧ୍ୟ ଦନ୍ତା ହାତୀଟି ଜଣେ କୁନି ଝିଅ ପ୍ରତି ସମ୍ବେଦନଶୀଳତା ଓ ଭଲ ପାଇବା ପ୍ରକାଶ କରୁଛି। କୁନି ଝିଅଟି ସେଠାକୁ ହାତୀ ଦେଖିବାକୁ ଯାଇଥିବା ବେଳେ ତାର ଗୋଟିଏ ପାଦରୁ ଜୋତା ବାହାରି ଏନକ୍ଲୋଜର ଭିତରକୁ ପଡିଯାଇଥିଲା। ତେବେ କାଳବିଳମ୍ବ ନ କରି ଦନ୍ତା ହାତୀଟି କୁନି ଝିଅ ଛିଡା ହୋଇଥିବା ବାଡ଼ ନିକଟକୁ ଆସିଥିଲା ଓ ତାର ଶୁଣ୍ଢରେ ଜୋତାଟିକୁ ଧରି କୁନି ଝିଅକୁ ବଢ଼ାଇ ଦେଇଥିଲା।

Comments are closed.