ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପଦବୀ ହ୍ରାସକୁ ନେଇ ଅଣଶିକ୍ଷକ କର୍ମଚାରୀଙ୍କ ବିକ୍ଷୋଭ
ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ ପକ୍ଷରୁ ଆଜି ପ୍ରଶାସନିକ କୋଠା ସମ୍ମୁଖରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଚଳିତ ମାସ ୪ ତାରିଖରେ ଚିଠି ନମ୍ବର ୬୧୧ ପ୍ରକାରେ ବିଭିନ୍ନ ଅଣଶିକ୍ଷକ ପଦବୀ ହ୍ରାସ ପ୍ରକାଶ ପାଇଥିବାରୁ ଆଜି କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ପ୍ରକାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୨୫ଟି ମଞ୍ଜୁରୀ ପ୍ରାପ୍ତ ସେକ୍ସନ ଅଫିସର ପଦବୀ ରହିଥିବା ବେଳେ ସେଥିରୁ ୧୩ଟି ପଦବୀ ଉଛେଦ କରାଯାଇଛି l ସେହିପରି ୬୬ଟି ସିନିୟର ଆସିଷ୍ଟାଣ୍ଟ ପଦବୀ ମଧ୍ୟରୁ ୪୧ଟି ପଦବୀ ଉଛେଦ କରାଯାଇଛି। ସେହିପରି ଜୁନିୟର ଆସିଷ୍ଟାଣ୍ଟ ୫୦ଟି ରୁ ୬ଟି ଉଛେଦ କରାଯାଇଛି। ମୋଟ ୧୪୧ ପଦବୀରୁ ୬୦ ଟି ପଦ ରଦ୍ଧ ହୋଇଥିବାରୁ ଏହାକୁ କର୍ମଚାରୀ ମହଲରେ ଅସନ୍ତୋଷ ହୋଇ ବିକ୍ଷୋଭ ପଦର୍ଶନ କରିଥିଲେ।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆରମ୍ଭରୁ ୭ଟି ଜିଲାକୁ ନେଇ ୟାଡ଼ଷ୍ଟିକ କମିଟି ଦ୍ୱାରା ପଦବୀ ରହିଥିଲା l ଯଦ୍ୱାରା ବିଶ୍ଵବିଦ୍ୟାଳୟ ଅଧୀନରେ ୧୪୭ଟି କଲେଜ ରହିଥିବାରୁ ବିଭିନ୍ନ ବିଭାଗ ପାଇଁ ୨୫ଟି ବିଭାଗ କାର୍ଯ୍ୟ ତୁଲାଇଥିଲେ। ସେହି ଅନୁପାତରେ କର୍ମଚାରୀ ରହି କାର୍ଯ୍ୟ ତୁଲାଉଥିବା ବେଳେ ଏହା ମଧ୍ୟରେ କିଛି କର୍ମଚାରୀ ଅବସର, ମୃତ୍ୟୁ ବରଣ, ପଦୋନ୍ନତି ଆଦି କରିଥିବାରୁ କର୍ମଚାରୀ ସଂଖ୍ୟା ହ୍ରାସ ପାଇଛି । ଏବେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଏକାଧିକ ଦାୟିତ୍ୱ ପ୍ରଦାନ କରଯାଇଥିବାରୁ ସେମାନେ ଚାପର ସହ କାମ କରୁଥିବା କହିଛନ୍ତି । ବହୁ କଲେଜ ଖୋଲିବା, ପାଠ୍ୟକ୍ରମ ବଢ଼ିବା, ବିଶ୍ଵବିଦ୍ୟାଳୟ ଖୋଲିବା, ଛାତ୍ରଛାତ୍ରୀ ସଂଖ୍ୟା ବଢ଼ିବା, ପୂର୍ବରୁ ବାର୍ଷିକ ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ ସେମିଷ୍ଟାର ପରୀକ୍ଷା କରାଯାଉଥିବାରୁ ସେଥିପାଇଁ କର୍ମଚାରୀ ନିୟୋଜିତ ହୋଇଥାନ୍ତି ।
ନୂଆ ପଦବୀ ନିଯୁକ୍ତି ବଦଳରେ ପଦବୀ ଉଛେଦ ନ କରି ଏହାର ପୁନଃ ବିଚାର କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆଜି କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ଜରିଆରେ ଉଚ୍ଚଶିକ୍ଷା ବିଭାଗ, ଓଡିଶା ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀ କହିଛନ୍ତି । ଏହି ବିକ୍ଷୋଭ ବେଳେ ସମସ୍ତ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ।
Comments are closed.