ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ
ଭୁବନେଶ୍ବର: ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ରାଜ୍ୟ ସଂଗ୍ରହାଳୟ ସାଧାରଣତଃ ସନ୍ଧ୍ୟା ସାଢ଼େ ୫ଟା ଯାଏ ଖୋଲା ରହିଥାଏ। କିନ୍ତୁ ପ୍ରବାସୀ ଭାରତୀୟ ଦିବସ ରହିଥିବାରୁ ରାତିରେ ମଧ୍ୟ ସଂଗ୍ରହାଳୟ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ଵର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆୟୋଜିତ ହେବ।
Comments are closed.