ନିଃଶୁଳ୍କ ଲିଭର ପରୀକ୍ଷା ଶିବିର

କେନ୍ଦୁଝରଗଡ଼ : ଓଡିଶାର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତଙ୍କ ପରିଚାଳିତ ହାର୍ଟ ମେଟ୍‌‌ କ୍ଲିନିକ୍‌‌ କେନ୍ଦୁଝର ଶାଖା ପକ୍ଷରୁ ଗୁରୁବାର ଏକ ନିଃଶୁଳ୍କ ଲିଭର ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଚିକିତ୍ସା ପରାମର୍ଶ ଦିଆଯାଇଛି । ୫୦ରୁ ଅଧିକ ବ୍ୟକ୍ତି ଏହି ଶିବିରରେ ଯୋଗଦେଇ ନିଜ ନିଜର ଲିଭର ପରୀକ୍ଷା କରିଥିବା ବେଳେ ଡାକ୍ତର ଶ୍ରୀ ମହାନ୍ତ ଲିଭର ସୁସ୍ଥତା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ତାଲିମ ଓ ପରାମର୍ଶ ପ୍ରଦାନ କରିଥିଲେ । ସୁଶ୍ରୀ ଯମୁନା ମୁଖୀ, ମିତାରାଣୀ ନାଇକ, ପିଣ୍ଟୁ ଦଳେଇ ଓ କ୍ଷୀରୋଦ ଦାସ ପ୍ରମୁଖ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.