www.samajalive.in
Monday, December 15, 2025
16.1 C
Bhubaneswar

ତିନିଦିନିଆ ଫାଷ୍ଟଏଡ୍‌‌ ତାଲିମ ଶିବିର

କେନ୍ଦୁଝରଗଡ଼ : ଭାରତୀୟ ରେଡକ୍ରସ୍‌‌ ସୋସାଇଟି ଓଡିଶା ରାଜ୍ୟ ଶାଖା ସହଯୋଗରେ ଏବଂ କେନ୍ଦୁଝର ଜିଲା ଶାଖା ଆନୁକୂଲ୍ୟରେ କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ତିନିଦିନିଆ ଫାଷ୍ଟଏଡ୍‌‌ ତାଲିମ ଶିବିର ଉଦ୍‌‌ଘାଟିତ ହୋଇଯାଇଛି । କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌‌ଘାଟନ କରିଥିବା ବେଳେ ଏହି ଶିବିରରେ ଜିଲାର ବିଭିନ୍ନ ଅଞ୍ଚଳରୁ ୩୦ଜଣ ପ୍ରତିନିଧି ଯୋଗଦେଇ ତାଲିମ ଗ୍ରହଣ କରୁଛନ୍ତି । ରାଜ୍ୟ ଶାଖାର ମାଷ୍ଟର ଟ୍ରେନର ଗୁଲସନ କୁମାର ଦାଶ , ଡି.ଆଶିଷ ରାଠୋର ପ୍ରଶିକ୍ଷକ ଭାବେ ଯୋଗଦେଇ ତାଲିମ ପ୍ରଦାନ କରୁଛନ୍ତି । ଜିଲା ରେଡକ୍ରସ୍‌‌ ଯୁଗ୍ମସମ୍ପାଦକ ଏ.ଆର.ଖାନ ଶିବିର ପରିଚାଳନା କରୁଥିବା ବେଳେ ଜିଲା ଆପାତକାଳୀନ ଅଧିକାରୀ ସୁରଞ୍ଜିକା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରକୁ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ ଶିବିରର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଶ୍ରୀ ସତ୍ୟବତୀ ଲାଗୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌‌ଘାଟନ ଦିବସର ଅନ୍ତିମ ପର୍ଯ୍ୟାୟରେ ତାଲିମ ଗ୍ରହଣକାରୀଙ୍କ ମଧ୍ୟରେ ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇ କୃତୀ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିର ଶନିବାର ଉଦ୍‌‌ଯାପିତ ହେବ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories