www.samajalive.in
Saturday, December 6, 2025
23.1 C
Bhubaneswar

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: ଅତି ନୃଶଂସ ଭାବେ ସାମ୍ବାଦିକଙ୍କୁ କରାଯାଇଛି ହତ୍ୟା

ନୂଆଦିଲ୍ଲୀ : ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲା । ହାଇଦ୍ରାବାଦରୁ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ୨୦୦ ସିସି ଟିଭି ଏବଂ ୩୦୦ ମୋବାଇଲ ନମ୍ବର ଟ୍ରାକିଂ କରିବା ପରେ ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି। ସାମ୍ବାଦିକ ଙ୍କ ଶବ ବ୍ୟବଚ୍ଛେଦ ପରେ ବଡ ତଥ୍ୟ ସାମ୍ନାକୁ ଆସିଛି। ମୁକେଶଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି।  ତାଙ୍କ ଶରୀରରେ ୫ଟି ଫ୍ରାକ୍ଚର ରହିଛି। ହାର୍ଟରେ ଫାଟ ରହିଥିବାବେଳେ ବେକ ମଧ୍ୟ ମୋଡି ଭାଙ୍ଗି ଦେଇଥିଲେ ହତ୍ୟାକାରୀ। ଶୁକ୍ରବାର ଦିନ ଛତିଶଗଡ଼ର ବିଜାପୁର ଜିଲାରେ ଏହି ଘଟଣା ଘଟିଥିଲା। ପୁଲିସ ଜଣେ ଠିକାଦାରଙ୍କ ବାସଭବନ ପରିସରରେ ଥିବା ସେପ୍‌ଟିକ ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଜବତ କରିଥିଲା। ମୁକେଶ ଚନ୍ଦ୍ରାକର ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି ସାମ୍ବାଦିକତା କରୁଥିଲେ। ଚନ୍ଦ୍ରାକର ଗତ ୧ ତାରିଖ ରାତିରୁ ନିଖୋଜ ଥିଲେ। ତାଙ୍କ ବଡ଼ ଭାଇ ୟୁକେଶ ଚନ୍ଦ୍ରାକର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ମୁକେଶଙ୍କ ମୋବାଇଲ ନମ୍ବରର ବୈଷୟିକ ଯାଞ୍ଚ କରାଯିବା ପରେ ଶେଷ ଥର ପାଇଁ ତାଙ୍କ ଲୋକେସନ ଜଣେ ଠିକାଦାରଙ୍କ ବାସଭବନ ପରିସର ଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ ସମ୍ପୃକ୍ତ ଠିକାଦାରଙ୍କ ବାସଭବନକୁ ଯାଇ ଯାଞ୍ଚ କରିଥିଲା। ପୁଲିସ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories