www.samajalive.in
Saturday, December 6, 2025
23.1 C
Bhubaneswar

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତକୁ ଚୀନ ଗଣମାଧ୍ୟମ ଉଚ୍ଚପ୍ରଶଂସା କରିଥିବା ଜଣାପଡିଛି। ଗ୍ଲୋବାଲ ଟାଇମ୍‌ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁଟିନଙ୍କ ଭାରତ ଗସ୍ତ ବିଶ୍ବ ପାଇଁ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରୁଛି। ରୁଷ୍‌ ସହ ସବୁ ପ୍ରକାର ସମ୍ପର୍କ ହ୍ରାସ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଭାରତ ଉପରେ ଯେଭଳି ଚାପ ପକାଉଛନ୍ତି, ସେହି ପରିପ୍ରେକ୍ଷୀରେ ପୁଟିନଙ୍କ ଏହି ଗସ୍ତ ପ୍ରମାଣିତ କରୁଛି ଯେ କୌଣସି ରାଷ୍ଟ୍ରକୁ ବଳପୂର୍ବକ ଏକଘରକିଆ କରିହେବ ନାହିଁ। ରୁଷ୍‌ ସହ ସମ୍ପର୍କ ଅକ୍ଷୁଣ୍ଣ ରଖିଥିବାରୁ ଆମେରିକା ଇତିମଧ୍ୟରେ ଭାରତ ଉପରେ ବାଣିଜ୍ୟିକ ଶୁଳ୍କ ଲାଗୁ କରିଛି। ଏହାସତ୍ତ୍ବେ ପୁଟିନଙ୍କ ଭାରତ ଗସ୍ତ ଦ୍ବିପାକ୍ଷିକ (ଭାରତ-ରୁଷ୍‌) ସମ୍ପର୍କକୁ ଅଧିକ ମଜଭୁତ କରିପାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତ ଓ ରୁଷ୍‌ ମଧ୍ୟରେ ଥିବା ସମ୍ପର୍କ ଦୀର୍ଘ ବର୍ଷର ଏବଂ କୌଣସି ବାହ୍ୟ ଶକ୍ତି ଏଥିରେ ଫାଟ ସୃଷ୍ଟି କରିପାରିବେ ନାହିଁ ବୋଲି କୁହାଯାଇଛି।
ପୁଟିନଙ୍କ ଗସ୍ତକୁ ନେଇ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଭାରତ ବିରୋଧୀ ମନୋଭାବକୁ ଅଧିକ କଡାକଡିି କରିବେ ବୋଲି ଯାହା ଚର୍ଚ୍ଚା ଚାଲିଛି, ତାହାକୁ ଗ୍ଲୋବାଲ ଟାଇମ୍‌ସ ଖଣ୍ଡନ କରିଛି। ଭାରତ-ରୁଷ୍‌ ସମ୍ପର୍କ ଦିନକୁ ଦିନ ମଭଜୁତ ହେଉଥିବାବେଳେ ସମୟ ଆସିବ, ଆମେରିକାର ତାହାର ଭାରତ ନୀତିରେ ପରିବର୍ତ୍ତନ ଆଣିବ ବୋଲି ରିପୋର୍ଟରେ କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories