www.samajalive.in
Saturday, December 6, 2025
26.1 C
Bhubaneswar

ଜଣେ ନୁହେଁ ଭାରତରେ ୨ ଜଣ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଚୀନରେ ବ୍ୟାପିଥିବା ନୂଆ ଭୂତାଣୁ ଭାରତରେ ମୁଣ୍ଡ ଟେକିବା ସହ ଚିନ୍ତାର କାରଣ ପାଲଟିଲାଣି। ଭାରତରେ ଏହି ଭୂତାଣୁ ଚିହ୍ନଟ ହେବା ସହ ଏଚ୍‌ଏମ୍‌ପିଭି ସଂକ୍ରମଣରେ ଜଣେ ନୁହେଁ ବରଂ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ୮ମାସର ଶିଶୁ ପୁତ୍ର ଓ ୩ ମାସର ଶିଶୁ କନ୍ୟା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) କର୍ଣ୍ଣାଟକରେ ୨ ଶିଶୁ ସଂକ୍ରମିତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ ଜରୁରୀ କାଳୀନ ବୈଠକ ଡାକିଛନ୍ତି।

ମନ୍ତ୍ରଣାଳୟ କହିଛି ଚିକିତ୍ସା ପାଇଁ ତିନି ମାସର ଶିଶୁ କନ୍ୟାକୁ ବେଙ୍ଗାଲୁରୁର ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ମାତ୍ର ଶିଶୁ ନିକଟରେ ଭୂତାଣୁ ଚିହ୍ନଟ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଉକ୍ତ ଡାକ୍ତରଖାନାରେ ଜଣେ ଆଠ ମାସର ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ୩ ଜାନୁଆରୀ ୨୦୨୫ରେ ନିଆଯାଇଥିଲା। ସଂକ୍ରମିତ ଶିଶୁ ଏବଂ ସେମାନଙ୍କ ପରିବାରର କୌଣସି ଆନ୍ତର୍ଜାତୀୟ ଭ୍ରମଣ ଇତିହାସ ନାହିଁ।

- Advertisement -

ଚୀନରେ ଏହି ଭୂତାଣୁ ଯୋଗୁଁ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ଖବର ରହିଛି। ଭାରତରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ କଡା ନଜର ରଖିବା ଆରମ୍ଭ କରିଛି। ଅନେକ ରାଜ୍ୟ ପରାମର୍ଶଦାତା ସତର୍କ ସୂଚନା ଜାରି କରିଛନ୍ତି।

ମକର ସଂକ୍ରାନ୍ତିରେ ଅତ୍ୟନ୍ତ ଶୁଭ ସଂଯୋଗ ; ଏହି ୫ ରାଶିଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟ, ହେବ ଧନ ବର୍ଷା, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

ଭାରତରେ ପହଞ୍ଚିଲା ଚୀନର ନୂଆ ଭୂତାଣୁ ; ବେଙ୍ଗାଲୁରୁରେ ପ୍ରଥମ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories