www.samajalive.in
Friday, December 12, 2025
17.1 C
Bhubaneswar

୩ ବର୍ଷରେ ଠକି ନେଲେଣି ୧୦୦୦ କୋଟି

ଭୁବନେଶ୍ବର : ସାଇବର ଠକଙ୍କ ଭୂସ୍ବର୍ଗ ପାଲଟିଛି ଓଡ଼ିଶା। ଗତ ୩ ବର୍ଷ ମଧ୍ୟରେ ଲୁଟି ନେଲେଣି ୧୦୦୦ କୋଟି। ଚୀନ୍, ହଂକଂ, ଦୁବାଇ ଏବଂ ମାଲେସିଆରେ ବସି ସେମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ନାକେଦମ୍‌ ହେଉଛି। ଦିଲ୍ଲୀ, ମୁମ୍ବଇ,‌େ‌ବଙ୍ଗାଲୁରୁ, ହାଇଦରାବାଦ ଆଦି ସ୍ଥାନରେ ଚଢ଼ଉ କରି ପ୍ରାୟ ୫୦ରୁ ଅଧିକ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ଅପରାଧୀମାନେ ଆଧୁନିକ ଜ୍ଞାନ କୌଶଳରେ ଅପରାଧ ଘଟାଉଛନ୍ତି। ଚାକିରି, ଅନଲାଇନ୍‌ ଅର୍ଥ କାରବାର୍‌, ଚାଇନିଜ୍ ଋଣ ଆପ୍, ଟଙ୍କା ରୋଜଗାର ଆପ୍‌, କୋରିଅର କାରବାର ଓ କ୍ରିପ୍ଟୋ ଜରିଆରେ ଅପରାଧୀମାନେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ରାତାରାତି କୋଟିପତି ହେବା ଲୋଭରେ ଲୋକେ ସେମାନଙ୍କ ଠକେଇ ଜାଲରେ ଫସୁଛନ୍ତି। ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଏ ରାଜ୍ୟରୁ ସେ ରାଜ୍ୟ ବୁଲୁଛି। ଏଥିରେ ସମ୍ପୃକ୍ତ ଦରିଆପାରିରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ତଦନ୍ତକାରୀ ସଂସ୍ଥା ପାଇଁ ସ୍ବପ୍ନ ହୋଇଛି। ସେମାନଙ୍କର ଏଭଳି ଠକେଇ କାରବାର ରୋକିବା ପାଇଁ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ ବିରୋଧରେ ବ୍ୟୁରୋ ଅଫ୍ ଇମିଗ୍ରେସନ୍‌କୁ ଚିଠି ଲେଖୁଛି।
ଡିଜିଟାଲର ବ୍ୟବସ୍ଥାର ଦ୍ରୁତ ବିସ୍ତାର ହୋଇଛି। ଫେସବୁକ୍, ହ୍ବାଟ୍ସଆପ୍ ଏବଂ ଟେଲିଗ୍ରାମ ଆଦିକୁ ସାଇବର ଅପରାଧୀମାନେ
ମାଧ୍ୟମ କରିଛନ୍ତି। ସାଇବର ଠକମାନେ ଆଧୁନିକ ବୈଷୟିକ ଜ୍ଞାନକୁ ଅଭିନବ ପଦ୍ଧତିରେ ବ୍ୟବହାର କରୁଛନ୍ତି। ଯାହାଫଳରେ କୌଣସି ତଦନ୍ତକାରୀ ସଂସ୍ଥା ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର ବ୍ୟପାର। ଏପରି ସ୍ଥିତିରେ ମଧ୍ୟ ଇଓଡବ୍ଲ୍ୟୁ ପ୍ରାୟ ୪୦ଟି ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଛି। ୨୦୨୩ ଜୁଲାଇରେ ଭୁବନେଶ୍ବରର ଏକ ଫିନ୍‌-ଟେକ୍‌ (ଆର୍ଥିକ ଟେକ୍ନୋଲୋଜି) ସଂସ୍ଥାର କ୍ୟୁଆର୍‌ କୋଡକୁ ହାତେଇ ୧୪ କୋଟି ଆତ୍ମସାତ କରିଥିବା ନୋଇଡା ସ୍ଥିତ ପେୱାନ୍‌ ଡିଜିଟାଲ ସର୍ଭିସ ନାମକ ସଂସ୍ଥାର ନିର୍ଦେଶକଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ସେହିପରି ଗେଟ୍‌ସୋ ନାମକ ଚାଇନିଜ୍‌ ଆପ୍‌ରେ କ୍ରିପ୍ଟୋ ମାଇନିଂ କାରବାର ନାମରେ ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ସମ୍ପୃକ୍ତ ଠକକୁ କର୍ଣ୍ଣାଟକରୁ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା। ଅନ୍ୟ ଏକ ଅନ୍‌ଲାଇନ ସପିଂ ନାମରେ ପ୍ରାୟ ୧୦୦ କୋଟି ଠକେଇ ଅଭିଯୋଗରେ ତଦନ୍ତକାରୀ ସଂସ୍ଥା ଉତ୍ତରପ୍ରଦେଶ ଗାଜିଆବାଦରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୌର ଯନ୍ତ୍ରାଂଶ ଯୋଗାଇବା ନାମରେ ଓଡ଼ିଶା ସମେତ ଅନ୍ୟ ୪ଟି ରାଜ୍ୟରେ ଠକେଇ କରିଥିବା ସମ୍ପୃକ୍ତ ଠକଙ୍କୁ ଇଓଡବ୍ଲ୍ୟୁ ଦିଲ୍ଲୀରୁ ଗିରଫ କରିବାରେ ସକ୍ଷମ ହୋଇଛି। ଚାକିରି ଦେବା ଆଳରେ ୧୭ଟି ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ତଦନ୍ତକାରୀ ସଂସ୍ଥା ହାତରେ ଧରାପଡିଥିଲା। ସେହିପରି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ ଭଳି ୫ଟି ରାଜ୍ୟରୁ ପ୍ରାୟ ୧୧୨ କୋଟି ଠକେଇ କରିଥିବା ଠକ ଦଳକୁ ଉତ୍ତର ପ୍ରଦେଶ ପୁଲିସ ସହଯୋଗରେ ଇଓଡବ୍ଲ୍ୟୁ ଧରିପାରିଛି। ଖଣି ବ୍ୟବସାୟ କରୁଥିବା ନାମରେ ଜାଲ କାଗଜପତ୍ର ଦର୍ଶାଇ ପ୍ରାୟ ୫୦୦ କୋଟି ଠକିବା ଅଭିଯୋଗରେ ସମ୍ପୃକ୍ତ ଠକକୁ ଇଓଡବ୍ଲ୍ୟୁ କେରଳରୁ ଧରିଥିଲା। ସାଇବର ଠକମାନେ ଭିନ୍ନ ଉପାୟରେ ଦୁବାଇରେ ବସି ରାଜ୍ୟର ସାଧାରଣ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଦୁଇ ପଇସା ଅଧିକ ଲାଭ ପାଇବା ଆଶାରେ ଲୋକେ ଠକଙ୍କ ହାତରେ ନିଜ ଆକାଉଣ୍ଟ ଆଦିର ଗୁପ୍ତ ନମ୍ବର ଟେକି ଦେଉଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଜରୁରୀ ହୋଇଛି। ନଚେତ ଆଗାମୀ ଦିନରେ ସାଇବର ଠକଙ୍କ ଜାଲରେ ପଡ଼ି ଲୋକେ ସର୍ବସ୍ବ ହରାଇବା ସ୍ବାଭାବିକ ହେବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories