www.samajalive.in
Saturday, December 13, 2025
17.1 C
Bhubaneswar

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା ପାଇଁ ଖଣ୍ଡେ ଭଲ ଘର ନା ଅଛି ତାଙ୍କ ପାଇଁ ଖାଦ୍ୟ ସୁରକ୍ଷାରେ ରାସନ କାର୍ଡ ନା ଅଛି ତାଙ୍କର ସାମାଜିକ ସୁରକ୍ଷାରେ ପାଇଁ ଭତ୍ତା କାର୍ଡ।

ଦୀର୍ଘ ୫ ବର୍ଷ ହେଲେ ଆଶ୍ର ପ୍ରଧାନ କୌଣସି ଖାଦ୍ୟ ସୁରକ୍ଷା ଯୋଜନାରେ, ଗୃହ ଯୋଜନାରେ କିମ୍ବା ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରି ନାହାନ୍ତି।   ସେ ଜଣେ ଦିବ୍ୟାଙ୍ଗ୍‌ ଦୃଷ୍ଟିହୀନ ତାଙ୍କ ସହିତ ୬୧ ବର୍ଷିଆ ବୁଢ଼ୀ ମା’ , ହେଲେ ଆଧାର କାର୍ଡ ନାହିଁ ବୋଲି ସେ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ଭତ୍ତା ପାଇବାରୁ ବଞ୍ଚିତ।   ସବୁ ଜାଣି ସ୍ଥାନୀୟ ପ୍ରଶାସନ ଏବଂ  ସରକାରୀ କର୍ମଚାରୀ ଏ ବିଷୟରେ କୌଣସି ଧ୍ୟାନ ଦେଉ ନାହାନ୍ତି !

- Advertisement -

କନ୍ଧମାଳ ଜିଲ୍ଲା, ଟିକାବାଲି ବ୍ଲକ, ଗଦଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିରାବାଡି ଗ୍ରାମର ଅସହାୟ ଦିବ୍ୟାଙ୍ଗ୍‌ ବୃଦ୍ଧା ଆଜିକୁ ୫ ବର୍ଷ ହେଲା ସେ କୌଣସି ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ସାମାଜିକ ସୁରକ୍ଷା ଯୋଜନା ଏବଂ ଗ୍ରାମୀଣ ଗୃହ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି । ତାଙ୍କର କୌଣସି ଆଧାର କାର୍ଡ ନଥିବା କହି ବିଭାଗୀୟ ଅଧିକାରୀ ମାନେ ଅସହାୟ ଭିନ୍ନକ୍ଷମ ମହିଳାଙ୍କୁ ଅଣଦେଖା କରୁଛନ୍ତି। ଅନେକ ଥର ପଡ଼ିଶା ଘର ଲୋକମାନେ ରାସନ କାର୍ଡ, ଭତ୍ତା କାର୍ଡ ଓ ଆବାସ ଯୋଜନାରେ ସାମିଲ କରିବା ନିମନ୍ତେ ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ମାନେ ତାଙ୍କ ପ୍ରତି ଗୁରୁତ୍ଵ ଦେଇ ନାହାନ୍ତି।

ବିଶେଷ କରି ଏହି ଶୀତ କାକର ସମୟରେ  କିପରି ବଞ୍ଚିବେ ତାହା ବଡ଼ ପ୍ରଶ୍ନ। ଖାଦ୍ୟ ହିସାବରେ ପଡୋଶୀ ଘର ଲୋକମାନେ ତାଙ୍କୁ ଦୀର୍ଘ ଏତେ ବର୍ଷ ହେଲା ଦେଇ ଆସୁଛନ୍ତି। ହେଲେ ଯାହା ପାଖରେ ସମସ୍ତ ଯୋଜନା ଓ ସୁବିଧା ଅଛି କିନ୍ତୁ ସେମାନେ ଏହି ଅନ୍ଧ ଅସହାୟ ବୁଢ଼ୀ ମହିଳାଙ୍କୁ ଦେଇ ପାରୁନାହାନ୍ତି। ଯେତେବେଳେ ଟଙ୍କା ଦେଇ ଚାଉଳ ମିଳୁଥିଲା ସେତେବେଳେ ଚାଉଳ ଦିଆଯାଉଥିଲା ହେଲେ ମାଗଣା ଚାଉଳ ହେବା ପରଠାରୁ ମୁଠାଏ ଚାଉଳ ମିଳି ନାହିଁ। ପ୍ରଶାସନ ଏହି ଅସହାୟ ଭିନ୍ନକ୍ଷମ ମହିଳାଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମସ୍ତ ଯୋଜନାରେ ସାମିଲ କରି ସରକାରୀ ସହାୟତା ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଉକ୍ତ ସାହି ବାସିନ୍ଦା ସହ ସ୍ଵାକ ସଂଗଠନ ର ସଭାପତି ଅମନ ଚନ୍ଦ୍ର ନାୟକ ଏବଂ ସମ୍ପାଦକ ହୃଷିକେଶ ପ୍ରଧାନ ଏବଂ ସମସ୍ତ ସଦ୍ୟସ ମାନେ ଦାବି କରିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories