ନୂଆଦିଲ୍ଲୀ – ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ତୁର୍କମେନିସ୍ତାନରେ ଅନ୍ତର୍ଜାତୀୟ ଶାନ୍ତି ଏବଂ ଟ୍ରଷ୍ଟ ଫୋରମ୍ର ବୈଠକରେ ପୁଟିନ୍ ଓ ସରିଫ ଯୋଗ ଦେଇଥିଲେ । ପୁଟିନ୍ ଙ୍କ ସହ ସରିଫ ପ୍ରଥମେ ପୂର୍ବ ନିର୍ଦ୍ଧାରିତ ସମୟରେ ଦ୍ଵିପାକ୍ଷିକ ଆଲୋଚନା କରିବାର ଥିଲା। କିନ୍ତୁ ସେହି ସମୟରେ ତୁର୍କୀ ରାଷ୍ଟ୍ରପତିଙ୍କ ସହ ପୁଟିନ୍ ରୁଦ୍ଦଦ୍ଵାର ବୈଠକ ଚାଲିଥିଲା। ଯାହାଫଳରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଓ ବୈଦେଶିକ ମନ୍ତ୍ରୀ ଗୋଟିଏ ରୁମ୍ ରେ ୪୦ ମିନିଟ୍ ଧରି ଅପେକ୍ଷା କରିଥିଲେ।ଶେଷରେ ସରିଫ ଧୈର୍ଯ୍ୟହରା ହୋଇ ବୈଠକ ସ୍ଥଳକୁ ଯିବାକୁ ବାଧ୍ୟ ହୋଇଥିଲେ । ମାତ୍ର ୧୦ ମିନିଟ୍ ପରେ ବୈଠକ ସ୍ଥଳରୁ ବାହାରି ଆସିଥିଲେ ସରିଫ।
ପୁଟିନ ଓ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ବୈଠକ ମଝିରେ ଶେହବାଜ ସେହି ସମ୍ମିଳନୀ କକ୍ଷ ମଧ୍ୟକୁ ପ୍ରବେଶ କରିଥିଲେ । ମାତ୍ର ସେଠାରୁ ସେ ୧୦ ମିନିଟ୍ ମଧ୍ୟରେ ବାହାରି ଆସିଥିଲେ ।
ଏହି ଘଟଣା ତୁର୍କମେନିସ୍ତାନରେ ଘଟିଥିଲା। ସେଠାରେ ଅନ୍ତର୍ଜାତୀୟ ଶାନ୍ତି ଏବଂ ଟ୍ରଷ୍ଟ ଫୋରମ୍ ଅନୁଷ୍ଠିତ ହେଉଥିଲା। ପୁଟିନ ଏବଂ ଶାହବାଜଙ୍କ ମଧ୍ୟରେ ଏକ ବୈଠକ ସ୍ଥିର ହୋଇଥିଲା। କିନ୍ତୁ, ଶାହବାଜଙ୍କୁ ୪୦ ମିନିଟ୍ ଅପେକ୍ଷା କରାଯିବା ସତ୍ତ୍ୱେ, ପୁଟିନ ତାଙ୍କୁ ଭେଟିବାକୁ ପହଞ୍ଚି ନଥିଲେ।
ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୋରଜବରଦସ୍ତ ବୈଠକ ହଲ୍ ଭିତରକୁ ପ୍ରବେଶ କରିଥିଲେ। କିଛି ସମୟ ପରେ, ପୁଟିନ ବୈଠକ ହଲ୍ ରୁ ବାହାରି ସାମ୍ବାଦିକମାନ ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ ।ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ରୁଷିଆ ଟୁଡେ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।
ପୂର୍ବରୁ, ଚୀନରେ ଏସ୍ସିଓ ସମ୍ମିଳନୀ ସମୟରେ ପୁଟିନ ଏବଂ ଶାହବାଜ ବେଜିଂରେ ସାକ୍ଷାତ କରିଥିଲେ। ପୁଟିନଙ୍କ ସହ କଥାବାର୍ତ୍ତା କରିବା ସମୟରେ ସରିଫ ତାଙ୍କ ଇୟରଫୋନ୍ ଠିକ୍ ଭାବରେ ଲଗାଇ ପାରି ନଥିଲେ।
ରୁଷ୍ ତେବେ ପୁଟିନ ଓ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କ ବୈଠକ ଚାଲିଥିବା ବେଳେ ଶାହାବାଜ୍ ଅଳ୍ପ ସମୟ ପାଇଁ ତାଙ୍କୁ ଅନୌପଚାରିକ ଭାବେ ଭେଟିଥିବା କୁହାଯାଉଛି ।



